ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ୫ଟିରେ ରୂପାନ୍ତରିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ଛିନ୍ଦେଇକେଲା ୫ଟିରେ ରୂପାନ୍ତରିତ ହୋଇଯାଇଛି । ବାଣିଜ୍ୟ, ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବାଜା, ବାଣ ସହିତ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆସି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ତତ୍‌ ପରେ ଖେଳ ପଡିଆରେ ତିଆରି ମଞ୍ଚରେ ଏକ ସଭାର ଆୟୋଜନ ହୋଇଥିଲା । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ସଭାପତିତ୍ୱ କରି ମନମୁଗ୍ଧ ପରିବେଶରେ ଓ ନାଟକୀୟ ଢଙ୍ଗରେ ସଭା ସଂଯୋଜନା କରି ପରିବେଶକୁ ଆହୁରି ସୁନ୍ଦର କରିଥିଲେ । ମଂଚାସୀନ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସଭାପତି ସନ୍ତୋଷ ସାହୁ ଓ ସମିତି ସଭ୍ୟ ମହେନ୍ଦ୍ର ଭୋଇ ମଧ୍ୟ ରହି ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବିବରଣୀ ପଠନ କରିଥିଲେ ସହକାରୀ ଶିକ୍ଷକ ଫକୀର ମୋହନ ବାରିକ । ଏହି ବିଦ୍ୟାଳୟକୁ ମୁଁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲି କହି ମନ୍ତ୍ରୀ ବକ୍ତବ୍ୟ ରଖିଥିଲେ । ଖେଳ ଶିକ୍ଷକ ହେମ ସାଗର ସାହୁଙ୍କ ସଂଯୋଜନାରେ ନବମ ଏବଂ ଦଶମ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଷିତ ହୋଇଥିଲା । ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରଣୀ ସେନ ଦଣ୍ଡସେନା, ତଥା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଗ୍ରାମର ଭଦ୍ର ବ୍ୟକ୍ତି, ସ୍ୱୟଂ ସହାୟିକା ଗୋଷ୍ଠୀ ତଥା ଯୁବକମାନଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସଫଳ ହୋଇପାରିଛି ବୋଲି ଧନ୍ୟବାଦ ଅର୍ପଣ କରିଥିଲେ ସଂସ୍କୃତ ଶିକ୍ଷକ ଅଶ୍ୱିନୀ କୁମାର ସାହୁ ।

jittmm
Leave A Reply

Your email address will not be published.