oom

ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଭାବେ ମନୋନୀତ ହେଲେ ଯୁବ ବିଜେପି ନେତା ରୋସନ ପାଣିଗ୍ରାହୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ପାଇକମାଲ ଗ୍ରାମର ବାସିନ୍ଦା ଜଣାଶୁଣା ସମାଜସେବୀ ତଥା ବିଜେପି ଯୁବ ନେତା ରୋସନ ପାଣିଗ୍ରାହୀ ବରଗଡ଼ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ରୋସନ ପାଣିଗ୍ରାହୀ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ପଦବୀ ମିଳିଥିବାରୁ ନିଜେ ଖୁସି ବ୍ୟକ୍ତ କରିବା ସହ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରୀତେଶ ବହିଦାର, ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ ଓ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅମିତ ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ରୋସନ ପାଣିଗ୍ରାହୀ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଭାବେ ମନୋନୀତ ହୋଇଥିବାରୁ ପଦ୍ମପୁର ତଥା ପାଇକମାଲ ଅଞ୍ଚଳରେ ବେଶ ଖୁସି ଲହରୀ ଖେଳିଯାଇଛି । ବିଶେଷ କରି ଯୁବ ମାନଙ୍କୁ ବିଜେପି ଦଳରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନାରେ ଅନୁପ୍ରାଣିତ କରିବାରେ ଚେଷ୍ଟିତ ରହିବା ସହ ସଂଗଠନକୁ ସଦୃଢ କରିବାରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ତେବେ ରୋସନ ପାଣିଗ୍ରାହୀଙ୍କ ସହ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚାରେ ବିଭିନ୍ନ ପଦପଦବୀରେ ମନୋନୀତ ହୋଇଥିବା ଅନ୍ୟ ମାନେ ଯଥା ସଭାପତି ଭାବେ ଅମିତ କୁମାର ପଣ୍ଡା, ଉପସଭାପତି ଯୁଧିଷ୍ଠିର ମେହେର, ନିରୋଜ ବାରିକ, ସ୍ଵାଧିନ ମହାପାତ୍ର, ଦେବାର୍ଚନ ମଲ୍ଲିକ, ସାଧାରଣ ସଂପାଦକ ପରିକ୍ଷିତ ଛତର, କୁନାଲ ପାଣିଗ୍ରାହୀ, ସଂପାଦକ କ୍ରିଷ୍ଣା ପଟେଲ, ଗୋପାଳ ନାୟକ, ସାମନ୍ତ ଶେଖର ମୁନା, ଘନଶ୍ୟାମ ସାହୁ, ବିକ୍ରମ ସେଠ, ଦିପକ ମିର୍ୱ।ନୀ ପ୍ରମୁଖ ମନୋନୀତ ହୋଇଥିବାରୁ ତାଙ୍କୁ ମଧ୍ୟ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଭାବେ ମନୋନୀତ ହୋଇଥିବାରୁ ଉପସଭାପତି ଶ୍ରୀ ପାଣିଗ୍ରାହୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

jittmm
Leave A Reply

Your email address will not be published.