
ଟିଟିଲାଗଡ଼, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଚାଷୀଙ୍କୁ ଫସଲ ବୀମା ସହାୟତା ପ୍ରଦାନ ଦାବୀରେ ଶୁକ୍ରବାର ଟିଟିଲାଗଡ଼ ରେଳ ଷ୍ଟେସନଠାରେ ରେଳରୋକ ଆନ୍ଦୋଳନ ହୋଇଛି । ହଜାର ହଜାର ସଂଖ୍ୟାରେ ଚାଷୀ ସ୍ଥାନୀୟ ହାଇସ୍କୁଲ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ଓ ଷ୍ଟେଶନରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେତିକିବେଳେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ।