oum

ମାର୍ଚ୍ଚ ୨୦୨୩ ସୁଦ୍ଧା ବଲାଙ୍ଗିର-ଖୋର୍ଦ୍ଧା ରେଳ ଚଳାଚଳ ଆରମ୍ଭ ହେଉ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭା ସଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ବିଭାଗ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିବାରୁ ରେଳ ଉପଭୋକ୍ତ ସଂଘ, ବଲାଙ୍ଗିର ପକ୍ଷରୁ ସ୍ୱାଗତ କରାଯାଇଛି । ପ୍ରଥମ ଥର ପାଇଁ ଓଡିଶାର ପ୍ରତିନିଧି ରେଳ ରାଷ୍ଟ୍ର ମନ୍ତ୍ରୀ ହୋଇଥିବାରୁ ଓଡିଶାବାସୀ ଅନେକ କିଛି ଅପେକ୍ଷା ରଖିଛନ୍ତି । ବିଶେଷତଃ ବଲାଙ୍ଗିର-ଖୋର୍ଦ୍ଧା ରୋଡ ରେଳପଥ କାମ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନେଇ ଆଗାମୀ ମାର୍ଚ୍ଚ ୨୦୨୩ ସୁଦ୍ଧା ରେଳ ଚଳାଚଳର ବ୍ୟବସ୍ଥା ହୋଇପାରିବ ବୋଲି ଉପଭୋକ୍ତା ସଂଘ ଆଶା ପ୍ରକାଶ କରିଛି । ସଂଘ ପକ୍ଷରୁ କରାଯାଇଥିବା ଦାବୀ ଗୁଡିକ ମଧ୍ୟରୁ ସମତା ଏକ୍ସପ୍ରେସ ସପ୍ତାହରେ ଦୁଇ ଦିନ ବଲାଙ୍ଗିର-ବରଗଡ-ସମ୍ବଲପୁର ଦେଇ ଦିଲ୍ଲୀକୁ ଚାଲିବାର ପ୍ରସ୍ତାବ, ହାୱଡା-ଟିଟିଲାଗଡ ଏକ୍ସପ୍ରେସକୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସଂପ୍ରସାରଣ, ଜାମ୍ବୁତାବି ଏକ୍ସପ୍ରେସକୁ ଟିଟିଲାଗଡ ପର୍ଯ୍ୟନ୍ତ ସଂପ୍ରସାରଣ, ଟିଟିଲାଗଡରୁ ଏହ୍ଲାହାବାଦ, ବନାରସ ପର୍ଯ୍ୟନ୍ତ ଏକ ଟ୍ରେନ ଚାଲିବା ପ୍ରସ୍ତାବ, ବିଛୁପାଲି ବଲାଙ୍ଗିର ଟ୍ରେନକୁ ସକାଳରେ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିବା ପ୍ରସ୍ତାବ ରହିଛି । ସେହିପରି ବହୁ ପ୍ରତିକ୍ଷିତ କଣ୍ଟାବାଞ୍ଜି-ନବରଂଗପୁର ରେଳପଥର କାମ ଆରମ୍ଭ କରିବା ତଥା କଣ୍ଟାବାଞ୍ଜିରେ ରେଲ ୱାଗନ ସ୍ଥାପନ କରିବାକୁ ରେଳ ଉପଭୋକ୍ତା ସଂଘ ବଲାଙ୍ଗିର ପକ୍ଷରୁ ଡିଆରୟୁସିସି ସଭ୍ୟ ବିକ୍ରମାନନ୍ଦ ବହିଦାର, ସଭାପତି ଧର୍ମବ୍ରତ ରଥ, ଉପ-ସଭାପତି ପର୍ଶୁରାମ ନାୟକ, ସଂପାଦକ ଗୋପବନ୍ଧୁ ପୁରୋହିତ, ସହ-ସଂପାଦକ ପ୍ରଭାକର ମିଶ୍ର, କୋଷାଧ୍ୟକ୍ଷ ଅଶୋକ ଚାନ୍ଦ, ସଭ୍ୟ ବୃନ୍ଦାବନ ବରାଳ, ପଙ୍କଜିନୀ ପଣ୍ଡା, ମନୋରଂଜନ ପୁରୋହିତ, ଗୋପଭୂଷଣ ନାଥ, ପ୍ରଶନ୍ନ କୁମାର ମିଶ୍ର, ନାରାୟଣ ପାଢୀ, ରଘୁନାଥ ମିଶ୍ର, ଦ୍ୱାରିକା ପ୍ରସାଦ ପଣ୍ଡା ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.