centurian jitm

ବିଶ୍ୱ ରେଡ଼କ୍ରସ୍ ଦିବସ ପାଳିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ସ୍ଥିତ ରାଉରକେଲା କଲେଜ, ରାଉରକେଲା ଏବଂ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ରେଡ଼କ୍ରସ୍ ୟୁନିଟ ତରଫରୁ ବିଶ୍ବ ରେଡ଼କ୍ରସ୍ ଦିବସ ପାଳିତ ହୋଇଯାଇଛି । ରେଡ଼କ୍ରସ୍ ୟୁନିଟର କାଉନସିଲର ଅଧ୍ୟାପକ ରଶ୍ମି ରଞ୍ଜନ ରାଉତ, ପ୍ରୋଗାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ଦ୍ବାରା ଆୟୋଜିତ ଏବଂ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ପ୍ରୋଗାମ ଅଫିସର ଅଧ୍ୟାପକ ବନବିହାରୀ କିଷାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଅଧ୍ୟକ୍ଷା ପ୍ରଫେସର ପ୍ରଧାନ ରେଡ଼କ୍ରସ୍ ପ୍ରାଣ ପ୍ରତିଷ୍ଠାତା ପ୍ରାତଃ ସ୍ମରଣୀୟ ଜନ୍‌ ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ପ୍ରଦାନ ପୂର୍ବକ “ବିଶ୍ବ ରେଡ଼କ୍ରସ୍ ଦିବସର ମହତ୍ବ” ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଅଧ୍ୟାପକ ଶ୍ରୀ କିଷାନ “ରେଡ଼କ୍ରସ, ସେବା, ମାନବିକତା ଏକ ଓ ଅଭିନ୍ନ, ଯାହା ବିଶ୍ୱ ପାଇଁ ମୌସୁମୀର ସ୍ପର୍ଶ ସଦୃଶ” ବୋଲି ମତବ୍ୟକ୍ତ କରିଥିଲେ । ରେଡ଼କ୍ରସ୍ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶ୍ରୀ ପାଟ୍ଟଶାଣୀ “ପ୍ରଣମ୍ୟ ଜନ ହେନେରୀ ଡୁନାଣ୍ଟ ହେଉଛନ୍ତି ସେବା, ସଂଗଠନ ଓ ମାନବବାଦର ଆଧୁନିକ ମହର୍ଷି ଏବଂ ସଂଗଠନ ଓ ଶୃଙ୍ଖଳା ଭିତରେ ସେବା କାର୍ଯ୍ୟ ଜଗତ କଲ୍ୟାଣରେ ସହାୟକ ହେବ” ବୋଲି ସ୍ବେଚ୍ଛାସେବକମାନଙ୍କ ପାଖରେ ବକ୍ତବ୍ୟ ରଖିଥିଲେ । କାଉନସିଲର ଅଧ୍ୟାପକ ଶ୍ରୀ ରାଉତ ବିଶ୍ବ ରେଡ଼କ୍ରସ୍ ଦିବସ ଅବସରରେ ସ୍ବେଚ୍ଛାସେବକମାନେ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ପ୍ରଚୋଦିତ କରିଥିଲେ । କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସ୍ବେଚ୍ଛାସେବକମାନଙ୍କୁ ଆଜୀବନ ସେବା ବ୍ରତୀ ଏବଂ ମାନବ ଜାତି ପାଇଁ ଉତ୍ସର୍ଗୀକୃତ ହେବା ପାଇଁ ସଂକଳ୍ପ ପାଠ କରାଇଥିଲେ । ତୃତୀୟ ପର୍ଯ୍ୟାୟରେ ସ୍ବେଚ୍ଛାସେବକମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ସ୍ବେଚ୍ଛାସେବୀ ବିଷ୍ଣୁପ୍ରିୟା ପାତ୍ର, ମମିତା ବଡାଇକ, ଐଶ୍ବର୍ଯ୍ୟ ସାହୁ, ପୂଜାରାଣୀ ପ୍ରମୁଖ ନୃତ୍ୟ ପରିବେଷଣ କରି ପ୍ରଶଂସାଭାଜନ ହୋଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା ବାଳିକା ୟୁନିଟର କ୍ୟାପଟେନ ସୁଶ୍ରୀ ନାନ୍ସି କରିଥିବା ବେଳେ ବାଳକ ୟୁନିଟର କ୍ୟାପଟେନ ସନ୍ତୋଷ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱଜିତ, ସୂରଜ, ଗୋବିନ୍ଦ, ଗିରୀଜା, ଆକାଶ, ଅଭିଷେକ, ଅଙ୍କୁର, ଅଜୟ, ରୂପେଶ, ଜିତେନ୍ଦର, ବବି, ଆଦିତ୍, ଅନ୍ନପୂର୍ଣ୍ଣା, ସୋନିଆ, ଶ୍ରୀୟା, ପ୍ରୀତି, ଦୀପିକା, ଶ୍ରୁତି, ଅନୀତା, ଭବାନୀ, ଅଙ୍କିତା, ବଳଦେବ, ଧନରାମ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟୟରେ ସେକ୍ଟର-୬ସ୍ଥିତ ପୋଷ୍ୟ ବସ୍ତି ଜଗନ୍ନାଥ ଆଶ୍ରମରେ ଗରୀବ ଲୋକମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.