oom

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆରେ ୧୧ତମ ରାବଣ ପୋଡ଼ି ଆୟୋଜିତ, ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ହାଟପଦାପଡ଼ା ରାବଣ ଦହନ କମିଟି ପକ୍ଷରୁ ୧୧ତମ ରାବଣ ପୋଡ଼ି ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ସମ୍ମାନିତ ଅତିଥି ଭାବେ ସୁବୋଧ ଦାସ, ନୀଳାମ୍ବର ମିଶ୍ର, ସମାଜସେବୀ ହିଫଜୁଲ ରେହେମାନ, ପୂର୍ବତନ ସରପଞ୍ଚ ଲଳିତ ସାହୁ, ଓୟୁଜେ ରାଜ୍ୟ ସମ୍ପାଦକ ଦୀପକ ସମାଦ୍ଦାର, ବଙ୍ଗାଳି ସମାଜ ସଭାପତି ଶେଖର ସିନହା, ମାରୱାଡ଼ି ସଂପ୍ରଦାୟର ରାଜ୍ୟ ସଦସ୍ୟ ପ୍ରକାଶ ଗୋୟଲ, ପୂର୍ବତନ ବଣିକ ସଂଘ ସଭାପତି ତ୍ରିନାଥ ସରାଫ, ପୂର୍ବତନ କାଉନସିଲର ପ୍ରକାଶ ସରାଫ, ରାବଣ ଦହନ କମିଟି ସଭାପତି ଶ୍ରୀପତି ସାହୁ, ସମ୍ପାଦକ ସୁଧୀର ଘଡେ଼ଇ, ସଂଯୋଜକ ଖ୍ୱାଜ ମହମ୍ମଦ, ହାଟପଦାପଡ଼ା ଦୁର୍ଗାପୂଜା କମିଟି ସଭାପତି ଗିରିଜା ରଥ, ସଂପାଦକ ଲିଙ୍କନ ଦାସ ମଞ୍ଚାସୀନ ଥିଲେ । ସଭା ପରିଚାଳନା କରିଥିଲେ ଲିଙ୍ଗରାଜ ସାହୁ । ଏହି ଅବସରରେ ଅତିଥିମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ଡ଼ିସେମ୍ବର ମାସ ସୁଦ୍ଧା ଟିଟିଲାଗଡକୁ ଜିଲ୍ଲା ଘୋଷଣା ନ କଲେ ଆଗାମୀ ଦିନ ପାଇଁ ଯାହା ବି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କହିଥିଲେ । ଏହି ଅବସରରେ ସହରର କିଛି ସମାଜସେବୀ, ଖେଳାଳି, କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଭା ସରିବା ପରେ ରାବଣ ପୋଡ଼ି ହୋଇଥିଲା । ରାବଣ ଦହନ ପରେ ଖୁସିରେ ପିଲାମାନେ ନାଚ କରିଥିବାର ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ ଲୋକ ଜମା ହୋଇ ଏହି କାର୍ଯ୍ୟକ୍ରମ ଦେଖିଥିଲେ ।

jittmm
Leave A Reply

Your email address will not be published.