କାଳ ହେଲା ତିଖାରୀ ପଥର ଖାଦାନରେ ରତ୍ନ ପଥର ହାତେଇବା : ୩ ଶ୍ରମିକଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଅନ୍ତର୍ଗତ ଗୁଲମୀ ସଂରକ୍ଷିତ ଜଙ୍ଗଲରେ ଥିବା ତିଖାରୀ ପଥର ଖାଦାନଠାରେ ବେଆଇନ ରତ୍ନ ପଥର ଖୋଳୁଥିବା ବେଳେ ମାଟି ତଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ୩ ଜଣ ଶ୍ରମିକ ହେଲେ ଗୁଲମୀ ଗ୍ରାମର ନବୀନ ଜାନୀ, ଲଇତରା ଗ୍ରମାର ଉଜ୍ୱଳ ଭୋଇ ଓ କର୍ଲା ଗ୍ରାମର ଚିନ୍ତାମଣି ବାଗ । ସୂଚନା ଯୋଗ୍ୟ ଯେ, ଗତକାଲି ଅପରାହ୍ନରେ ତିଖାରୀ ପଥର ଖାଦାନଠାରେ ବେଆଇ ଭାବେ ରତ୍ନ ପଥର ଖୋଳିବା ପାଇଁ କିଛି ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଫଳରେ ୩ ଜଣ ଶ୍ରମିକ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ନବୀନ ଓ ଉଜ୍ୱଳ ମୃତ୍ୟୁବରଣ କରିଥିବା ବେଳେ ଚିନ୍ତାମଣିଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବିଳମ୍ବିତ ରାତ୍ରୀରେ ଡାକ୍ତର ଚିନ୍ତାମଣିଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।

Leave A Reply

Your email address will not be published.