ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକର ବିଭିନ୍ନ ଗାଁର ପବିତ୍ର ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଦେଓଗାଁରେ ଚଳିତ ବର୍ଷ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ କଛାରପାଲି ଗ୍ରାମବାସୀଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସେହିପରି କୁତୁର୍ଲା ପଞ୍ଚାୟତ ମୁରସିଂ ଅଭିନବ ଶ୍ରୀକ୍ଷେତ୍ରରେ ପାରଂପାରିକ ରୀତିନୀତି ଅନୁସାରେ ତିନି ଠାକୁର ଶ୍ରୀମନ୍ଦିରରୁ ବାହରି ରଥରୁଢ଼ କରିଥିଲେ । ଗାଈବାହାଲ ପଞ୍ଚାୟତର ଅର୍ଡ଼ା ଗାଁରେ ୧୬ ଚକିଆ ରଥ ମୁଖ୍ୟ ଅକର୍ଷଣ ଥିଲା । ଦେଓଗାଁ ବ୍ଳକର ଜରାସିଂହା, କୁତୁର୍ଲା, ସାଲେପାଲି, ଗୌଡ଼ଗୋଠ, ବଡ଼ବାହାଲ, ରତାଖଣ୍ଡି, ଘୁଡ଼ଖାପଲା, ନୂଆଁପାଲି, ରତନପୁର, ଉପରଝର, ଦେଷଣ୍ଢ ବଗଡ଼ା ପ୍ରଭୃତି ଗାଁରେ ସ୍ଥାନୀୟ ପରଂପରା ଅନୁସାରେ ରଥଯାତ୍ରା ସମାପନ ହୋଇଥିଲା । ବୁଧବାର ମଧ୍ୟ ବିଭିନ୍ନ ଗାଁରେ ରଥଟଣା ଉତ୍ସବ ପାଳିତ ହେବ । ମଙ୍ଗଳବାର ହୋଇଥିବା ରଥଯାତ୍ରା ସମସ୍ତ ଗାଁରେ ଶାନ୍ତି ଶୃଙ୍ଖଳାରେ ହୋଇଥିବା ବେଳେ ରଥଗୁଡ଼ିକ ମାଉସୀ ମନ୍ଦିରକୁ ବିଳମ୍ବିତ ସମୟରେ ପହଞ୍ଚିଥିବା ଜଣାପଡ଼ିଛି ।