oom

ବେଲପଡାରେ ରଥଯାତ୍ରା ଅନୁଷ୍ଠିତ : ଦର୍ଶକଙ୍କ ପ୍ରବଳ ଭିଡ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା । ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀ ଗୁଣ୍ଡିଚାକୁ ରଥରେ ଯାଇଥାନ୍ତି । ପୁରୀ ରଥଯାତ୍ରା ପରି ପୁରପଲ୍ଲୀରେ ମଧ୍ୟ ରଥଯାତ୍ରା ଆୟୋଜନ ହୋଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗାଁରେ ଗତକାଲି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରଥାଋଢ଼ ଠାକୁରଙ୍କ ଦର୍ଶନ ପାଇଥିଲେ ଶ୍ରଦ୍ଧାଳୁ । ଗ୍ରାମର ମହାରାଜା ଟିକଚନ ମେହେର ଛେରା ପହଁରା କରିଥିଲେ । ମନ୍ତ୍ରୀ ଉମାକାନ୍ତ ମେହେର ଉପସ୍ଥିତ ଥିଲେ । ମନ୍ଦିର ପୂଜକମାନେ ପୂଜାପାଠ କରୁଥିବା ବେଳେ ଆୟୋଜକ ଜୟ ଜଗନ୍ନାଥ ପରିଚାଳନା ସମିତିର ସଭାପତି ଅନାଦି ମେହେର, ଉପସଭାପତି ମକୁନ୍ଦ ମେହେର, ସମ୍ପାଦକ ଚମ୍ପେଶ୍ୱର ମେହେର, ଯୁଗ୍ମ ସମ୍ପାଦକ ଭୀଷ୍ମ ବଘେଲ, କୋଷାଧ୍ୟକ୍ଷ ସନ୍ତୋଷ ମେହେର ପ୍ରମୁଖଙ୍କ ସହ ଗ୍ରାମବାସୀ, ପୋଲିସ ପ୍ରଶାସନ, ସ୍କାଉଟ ଗାଇଡ଼ର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ପବିତ୍ର ରଥ ଯାତ୍ରା ମହାପ୍ରଭୁଙ୍କୁ ଦର୍ଶନ ଲାଗି ସବୁଠି ଶହ ଶହ ଭକ୍ତମାନଙ୍କ ସମାଗମ ଲାଗି ରହିଛି । ରଥଯାତ୍ରା ସମୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଭକ୍ତମାନେ ପାଣି ପାଇଁ ବହୁ ଅସୁବିଧାରେ ପଡୁଥିବା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ପାଖକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ମାଗଣାରେ ପଣା ବଣ୍ଟନ କରି ଭକ୍ତମାନଙ୍କ ତୃଷ୍ଣାକୁ କିଛି ମାତ୍ରାରେ ମେଣ୍ଟାଇବାକୁ ଚେଷ୍ଟା କରିଛନ୍ତି । ଏହିଭଳି ମହତ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଶିବ ଶଙ୍କର ମୋବାଇଲର ମାଲିକ ସନ୍ତୋଷ ମେହେର କହିଛନ୍ତି ।

jittmm
Leave A Reply

Your email address will not be published.