ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ହେବ ରଥଯାତ୍ରା । ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା ପ୍ରସ୍ତୁତି ବୈଠକ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କେବଳ ସେବାୟତ ମାନଙ୍କୁ ନେଇ ରୀତିନୀତି ଅନୁଯାୟୀ ଅସ୍ଥାୟୀ ମଣ୍ଡପରେ ଯାତ୍ରା ପାଳନ ହେବା ପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ମଧୁସୂଦନ ଦାସ, ଲୋକନାଥ ପାଢ଼ୀ, ଶ୍ରୀନିବାସ ଦୋରା ସମେତ ବିଡିଓ ଡ଼.ଜଗଦିଶ ଷଢଙ୍ଗୀ, ତହସିଲଦାର ଶଶାଙ୍କ ଶେଖର ପାତ୍ର, ଡିଏସପି ସ୍ୱରାଜ ଦେବତା ପ୍ରମୁଖ ବିଭିନ୍ନ ଅଫିସର ମାନେ ଉପସ୍ଥିତ ଥିଲେ । କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଉପଜିଲ୍ଲାପଳ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।