ପବିତ୍ର ରଥଯାତ୍ରା ପାଇଁ ବନମାଲ ଗ୍ରାମ ଉତ୍ସବ ମୁଖର

ବେଲପଡା, (ଭୋଜରାଜ ଦଣ୍ଡସେନା) : ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ସବୁଆଡେ ବହୁ ଆନନ୍ଦ ଉଲ୍ଲାସର ଚାଲିଥିବା ବେଳେ ବାଗଡୋର ଗ୍ରାମ ପଞ୍ଚାୟତର ବନମାଲ ଗ୍ରାମଠାରେ ମଧ୍ୟ ମହାଆଡମ୍ବରରେ ଚାଲିଛି । ଏହି ରଥଯାତ୍ରା ଦେଖିବା ପାଇଁ ଅଞ୍ଚଳରୁ ହଜାର ହଜାର ଭକ୍ତମାନେ ଚାଲି ଆସିଥାନ୍ତି ଏହି ଗ୍ରାମକୁ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଘୋଷଯାତ୍ରାରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଦୋକାନ ବଜାର ମଧ୍ୟ ରହି ଦୁଇ ପଇସା ରୋଜଗାର କରିଥିଲେ । ମହାପ୍ରଭୁଙ୍କୁ ନେଇ ରଥାରୁଢ କରିବା ପରେ ଭକ୍ତଙ୍କ ସମାଗମରେ ରଥ ଟଣା ଆରମ୍ଭ ହୋଇଥିଲା । ରଥ ଟାଣିବା ପାଇଁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ରଥ ଟାଣିଥିଲେ ।

Leave A Reply

Your email address will not be published.