ଲୋକ ଗୀତ ଗବେଷଣା ପାଇଁ ମୁରଲି ପତିଙ୍କୁ ରାଷ୍ଟ୍ରୀୟ ଫେଲୋସିପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତଥା ସଂସ୍କୃତି ଗବେଷଣା କେନ୍ଦ୍ର ତରଫରୁ ଦିଆଯାଉଥିବା ଫେଲୋସିପ ପାଇଁ ଚଳିତ ବର୍ଷ ବଲାଙ୍ଗିରରୁ କଣ୍ଠଶିଳ୍ପୀ ତଥା ସଂଗୀତଜ୍ଞ ଗୁରୁ ମୁରଲିଧାରୀ ପତି ଲୋକଗୀତ ବରିଷ୍ଠ ବିଭାଗରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାସିକ ୨୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ଯାହା ବଦଳରେ ତାଙ୍କୁ ପଶ୍ଚିମ ଓଡିଶାର କେବିକେ ଅଂଚଳର ଲୁପ୍ତ ପ୍ରାୟ ଲୋକ ଗୀତଗୁଡିକ ଉପରେ ଗବେଷଣା କରି ଏହି ଅଂଚଳର ନୂତନ ପିଢୀଙ୍କୁ ଶିକ୍ଷାଦାନ ଦେବାକୁ ପଡିବ । ତାଙ୍କର ଏହି ସଫଳତା ପାଇଁ ବଲାଙ୍ଗିର କଳାକାର ମହଲରେ ଖୁସିର ଲହରି ଖେଳି ଯାଇଥିବା ବେଳେ ବିଭିନ୍ନ ମହଲରୁ ସମ୍ବର୍ଦ୍ଧନାର ସୁଅ ଛୁଟୁଛି ।

jittmm
Leave A Reply

Your email address will not be published.