ଫେବୃଆରୀ ୧୯ରୁ ୨୨ ରାଷ୍ଟ୍ରପତିଙ୍କ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତ

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫେବୃଆରୀ ୧୯ରୁ ୨୨, ୨୦୨୨ରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ । ଫେବୃଆରୀ ୨୦, ୨୦୨୨ରେ ରାଷ୍ଟ୍ରପତି ପୁରୀଠାରେ ଗୋଡ଼ୀୟ ମଠ ଏବଂ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କର ତିନି ବର୍ଷିଆ ୧୫୦ତମ ଜନ୍ମବାର୍ଷିକୀ ସମାରୋହକୁ ଉଦ୍‌ଘାଟନ କରିବେ ।

ଫେବୃଆରୀ ୨୧, ୨୦୨୨ରେ ରାଷ୍ଟ୍ରପତି ବିଶାଖାପାଟଣାଠାରେ ଫ୍ଲିଟ୍ ରିଭ୍ୟୁ ଏବଂ ଫ୍ଲାଏପାଷ୍ଟ ଅବଲୋକନ କରିବେ । ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ଭାବେ ଭାରତର ରାଷ୍ଟ୍ରପତି ନିଜର କାର୍ଯ୍ୟକାଳ ସମୟରେ ଗୋଟିଏ ଥର ‘ରାଷ୍ଟ୍ରପତିଙ୍କର ଫ୍ଲିଟ ରିଭ୍ୟୁ’ର ଏକ ଅଂଶବିଶେଷ ସ୍ୱରୂପ ଭାରତୀୟ ନୌସେନାର ଫ୍ଲିଟ୍‌ ରିଭ୍ୟୁ କରିଥାନ୍ତି ।

Leave A Reply

Your email address will not be published.