oom

ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମିଳିଲାନି ଚିକିତ୍ସା : ଶବ ରଖି ଏନ୍‌ଏଚ୍‌ ୨୬ରେ ରାସ୍ତା ରୋକ କଲେ ପରିବାର ସହ ଗାଁ ଲୋକେ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦୁର୍ଘଟଣାରେ ଗୁରୁତର ଥିବା ରୋଗୀଙ୍କୁ ଚିକିତ୍ସା ନ ମିଳିବାରୁ ରୋଗୀ ଜଣକ ମୃତ୍ୟୁବରଣ କରିବା ପରେ ପରିବାର ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକରେ । ସୂଚନା ଅନୁସାରେ ଦୁର୍ଘଟଣାରେ ଗୁରୁତର ହୋଇ ପ୍ରାଣ ହରାଇଥିବା ଧନୁ ମଲ୍ଲିକଙ୍କ ଶବକୁ ଦେଓଗାଁ ବସଷ୍ଟାଣ୍ଡ ଉପରେ ରଖି ରାସ୍ତା ରୋକ କରିଥିବା ଜଣାପଡିଛି । ପରିବାର ଲୋକେ ଗାଁ ଲୋକଙ୍କ ସହ ମିଶି କରିଥିବା ରାସ୍ତା ରୋକ ଯୋଗୁଁ ଏନ୍‌ଏଚ୍‌ ଉପରେ ଗାଡ଼ି ଚଳାଚଳ ଠପ୍‌ ହୋଇପଡିଛି । ମୃତ୍ୟୁ ବରଣ କରିଥିବା ଧନୁଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ଦାବୀରେ ରାସ୍ତା ରୋକ କରିଛନ୍ତି ଗାଁ ଲୋକ । ଦେଓଗାଁ ବ୍ଳକ ଜରାସିଂହା ଗାଁର ଧନୁ ମଲ୍ଲିକଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଦୁର୍ଘଟଣାରେ ଗୁରୁତର ହୋଇ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ବୁର୍ଲାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ସ୍‌ସ୍ୱାସ୍‌ସ୍ଥ ଅବସ୍‌ସ୍ଥା ଗୁରୁତର ହେବାରୁ ରୋଗୀଙ୍କୁ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର କହିଥିଲେ । ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବାରୁ ପରିବାର ଲୋକ ସ୍ୱାସ୍ଥ୍ୟ ସେବାରେ ମାଗଣା ଟଙ୍କା ମିଳିବ ବୋଲି ପାଇଥିବା ବିଏସ୍‌କେୱାଇ କାର୍ଡକୁ ଦାଖଲ କରିଥିଲେ ବୁର୍ଲା ଡାକ୍ତରଖାନାରେ କିନ୍ତୁ ଏହି କାର୍ଡ ଏକ୍ଟିଭ ହୋଇନାହିଁ, ଏଥିରେ ଚିକିତ୍ସା ପାଇଁ ପଇସା ନାହିଁ, ଏଥିରେ ଚିକିତ୍ସା ହୋଇପାରିବନି ବୋଲି କାର୍ଡ ବିଷୟରେ ବୁଝୁଥିବା ବୁର୍ଲା ଡାକ୍ତରଖାନାର କର୍ମଚାରୀ ଜଣକ କହିଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଥିବା ବେଳେ ଆଉ ଗୋଟିଏ ପଟରେ ସରକାରୀ ଡାକ୍ତରଖାନାରେ କାର୍ଡ ଦ୍ୱାରା ଚିକିତ୍ସା ନ ପାଇ ରୋଗୀର ଜୀବନ ଯାଉଥିବାରୁ କାହା ପାଇଁ ଏ ସରକାରୀ ବ୍ୟବସ୍ଥା ବୋଲି ପ୍ରଶ୍ନ ବାଚି ଛିଡା କରିଛି ।

jittmm
Leave A Reply

Your email address will not be published.