ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଛତ୍ରପୁରଠାରେ ଅବସ୍ଥାପିତ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ବ୍ଲକର ପୋଟଲାମପୁର ଓ ଭିକାରିପଲ୍ଲୀ ଏହି ଦୁଇ ଗ୍ରାମପଞ୍ଚାୟତ ୧୦୦ ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ ପ୍ରଦାନ କରାଯାଇଛି । ଏହି ଅନୁଷ୍ଠାନ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାରର ଅସୁବିଧା ସମୟରେ ସବୁବେଳେ ସହଯୋଗର ହାତ ବଢ଼ାଇ ଆସିଛି । ଚଳିତ ବର୍ଷ ଏହି ଅନୁଷ୍ଠାନ ଦ୍ୱରା ବର୍ତମାନ ସୁଦ୍ଧା ୩୪୮ ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ ପ୍ରଦାନ କରାଯାଇଥିଲା ବେଳେ ଛତ୍ରପୁରସ୍ଥିତ ଲେପ୍ରୋସି କଲୋନୀର ୫୦ ପରିବାରକୁ ୨ ଥର ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ବର୍ତ୍ତମାନ ଏହି ଶୁଖିଲା ଖାଦ୍ୟକୁ ନୂଆଦିଲ୍ଲୀର ‘ଗୁଞ୍ଜ’ ଏକ ଦେଶୀୟ ଅଗ୍ରଣୀ ଅନୁଷ୍ଠାନ ସୌଜନ୍ୟରୁ ଏହି ସହାୟତା ପ୍ରଦତ୍ତ ହୋଇଥିବା ବେଳେ ଛତ୍ରପୁର ରହି ଦିବ୍ୟାଙ୍ଗ ଅନୁଷ୍ଠାନ କଲ୍ୟାଣ ମହାସଂଘ ତରଫରୁ ସେମାନଙ୍କୁ ସାଧୁବାଦର ସହ ଧନ୍ୟବାଦ ଜ୍ଞାପନ କରାଯାଇଛି । ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟ ଚାଲୁରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ଡ଼କ୍ଟର କେ. ଆନନ୍ଦ ରାଓ ସହମତି ପ୍ରକାଶ କରିଥିଲେ ।

Leave A Reply

Your email address will not be published.