oom

ଉଦ୍‌ଯାପିତ ହେଲା ଶିକେରପାଟ ମହୋତ୍ସବ : ରଙ୍ଗବତୀର ତାଳେ ତାଳେ ଝୁମିଲେ ଦର୍ଶକ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଖଡଙ୍ଗା ଅଞ୍ଚଳର ଭାଷା, ସାହିତ୍ୟ, ଲୋକ ସଂସ୍କୃତି, ଲୋକକଳା, ପ୍ରତିଭା, ଐତିହ୍ୟ ଓ ପରମ୍ପରାର ପ୍ରଚାର ଓ ପ୍ରସାର ପାଇଁ ପ୍ରଥମ ବର୍ଷ ଶିକେରପାଟ ମହୋତ୍ସବ ଘୁନା ବିଜୁ ପଟ୍ଟନାୟକ ଖେଳପଡିଆରେ ଦୀର୍ଘ ୪ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବର ଉଦ୍‌ପନୀ ଦିବସରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଶିକେରପାଟ ମହୋତ୍ସବର ଇତିହାସ ସମ୍ପର୍କରେ କହିବା ସହ ଉପାନ୍ତ ଅଞ୍ଚଳରେ ଏପରି ମହୋତ୍ସବ ଆୟୋଜନ ହୋଇଥିବାରୁ ଏହା ଅଞ୍ଚଳର କଳା ସଂସ୍କୃତିର ବିକାଶ ହେବାନେଇ ବକ୍ତବ୍ୟ ରଖିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଗୁଡଭେଲା ବ୍ଲକ କଂଗ୍ରେସ ସଭାପତି ମହୋ ନାଗ, ଗୁଡଭେଲା ବ୍ଲକ ଯୁବ କଂଗ୍ରେସ ସଭାପତି ଶ୍ରୀକାନ୍ତ ବାଗ, ସଇଁତଲା ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ସାହୁ, ବିଶିଷ୍ଟ ଶିଳ୍ପପତି କରୁଣାକର ସାହୁ, ମେଘନାଦ ଗୁପ୍ତା, ଘୁନା ପ୍ୟାକ୍ସ ସଭାପତି ଭୋପାଲ ରଣା, ଜାମୁଟ ପ୍ୟାକ୍ସ ସଭାପତି ଶଙ୍କର୍ଷଣ କର୍ମୀ, ବିରାମୁଣ୍ଡା ସରପଞ୍ଚ ସଂଯୁକ୍ତା ମାଝୀ, ଶିକ୍ଷାବିତ୍‌ ତଥା ଶିକ୍ଷକ ସଂଘର ସଭାପତି ନୀଳାଞ୍ଚଳ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ । ଶୀତୁଆ ସନ୍ଧ୍ୟାରେ ଉତ୍ସବଟି ଉଦ୍‌ଯାପିତ ହେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର କଳାକାର ସହ ବିଭିନ୍ନ ଜିଲ୍ଲାର କଳାକାରମାନେ ପଶ୍ଚିମ ଓଡିଶାର ବିଭିନ୍ନ ଲୋକ ଗୀତ ମଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ରଙ୍ଗବତୀ ଗୀତର ତାଳେ ତାଳେ ଦର୍ଶକମାନେ ଝୁମିଥିଲେ । ସଭା କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କଳାହାଣ୍ଡିରୁ ଶ୍ରୀ କଳା ପରିଷଦ, ସିଙ୍ଗାରି, ସୋନପୁର ଦଣ୍ଡ ନୃତ୍ୟ, ବୌଦ୍ଧ, ରାଜକେଲର ପ୍ରମୁଖ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ସନ୍ଧ୍ୟାରେ ହେଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ, ମିନାବଜାର ଓ ବିଭିନ୍ନ ପ୍ରକାରର ଫୁଡ ଷ୍ଟଲ ଲାଗିଥିବାରୁ ଏହି ଅଞ୍ଚଳ ବ୍ୟତୀତ ପଡ଼ୋଶୀ ସୋନପୁର, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ବହୁ ଦର୍ଶକଙ୍କ ଜନସମାଗମ ହେଉଥିବା ଦେଖାଦେଇଛି ।

jittmm
Leave A Reply

Your email address will not be published.