ଡାକ୍ତରଖାନାରେ ରୋଗୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ସାରା ରାଜ୍ୟରେ କରୋନା ମହାମାରୀକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ରାଜ୍ୟ ସରକାର ପକ୍ଷରୁ ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇ ଥିବା ବେଳେ ପ୍ରତେକ ଶନିବାର ଓ ରବିବାର ଦିନ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସେବା ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ପାଖକୁ ଯାଇ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିରେ ସଭାପତି ସୁନିଲ ସିଂ, ଉପସଭାପତି ଗିରିରାଜ ଭୋଇ, କୋଷାଧ୍ୟକ୍ଷ ପ୍ରକାଶ ସିଂ, ମନବୋଧ ବରିହା, ସିଲୁ ସାହୁ, ରିଙ୍କୁ ନାଗ, ରଞ୍ଜନ ସାହୁ, ବିଦୁଭୂଷଣ ଖମାରୀ, ମରୁଆ ସରପଞ୍ଚ ସନ୍ତୋଷିନି ବିଶି, ସେବୀକା ରାଜହଂସ ପ୍ରମୁଖଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.