oom

ଗଞ୍ଜାମ ଜିଲ୍ଲାର ଲୋକକଳା ରଣପାନୃତ୍ୟକୁ ଜାତୀୟାଭିମୁଖୀ କରିବା ଲକ୍ଷ୍ୟ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ ରଣପାନୃତ୍ୟକୁ ଲୋକାଭିମୁଖୀ କରାଇବା ସହ ଜାତୀୟସ୍ତରରେ ସୁନାମ ଆଣିବାର ପ୍ରୟାସ ଜାରି ରଖିବା ନିମନ୍ତେ ଉଦ୍ୟମ ଜାରି ରଖିବାକୁ ଛତ୍ରପୁରଠାରେ ଅନୁଷ୍ଠିତ ଏକ ସମାବେଶରେ ଆହ୍ୱାନ ଦିଆଯାଇଛି । ଛତ୍ରପୁର ସ୍ଥିତ ରାମନଗର ନିକଟ ପଣ୍ଡା କଲୋନୀଠାରେ ଏକ ଅସ୍ଥାୟୀ କୋଠାରେ ପ୍ରଗତି କଳା କେନ୍ଦ୍ରର ଏକ ଆଖଡାଶାଳା ଗତକାଲି ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଗଞ୍ଜାମର ଲୋକ କଳାକୁ ପ୍ରୋତ୍ସାହନ ଓ କଳାକାରଙ୍କୁ ସଠିକ ତାଲିମ ପ୍ରଦାନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରେ ଆରମ୍ଭ ହୋଇଥିବା ‘ପ୍ରଗତି କଳା କେନ୍ଦ୍ର’ ଅନୁଷ୍ଠାନର ସମ୍ପାଦକ ଓଡିଶୀନୃତ୍ୟ ଗୁରୁ ସୁଧାଂଶୁ ଶେଖର ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ଛତ୍ରପୁର ବ୍ଳକ କଂଗ୍ରେସ ସଭାପତି ଅବନୀ ଶତପଥୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓକେସିଏଲର ଗଞ୍ଜାମ ଜିଲ୍ଲା ମୁଖ୍ୟ ଶ୍ରୀମତି ଏସ. ରେଖା ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆର୍ଟ-ଗ୍ୟାଲେରୀକୁ ଉଦ୍‌ଘାଟନ କରିଥିଲେ । ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନିରାକାର ବେହେରା, ସମାଜସେବୀ କେ. ଚନ୍ଦ୍ରଶେଖର ରେଡୀ, ଛତ୍ରପୁର ଏନ୍‌ଏସିର ପୂର୍ବତନ କାଉନସିଲର ବାଦଲ ପାଣ୍ଡି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଗୋଟିଏ ପରିସରରେ ଓଡିଶୀନୃତ୍ୟ ଭଳି ଶାସ୍ତ୍ରୀୟ ନୃତ୍ୟଠାରୁ ଆରମ୍ଭ କରି ରଣପାନୃତ୍ୟ, ଚଢେୟା ନୃତ୍ୟ, ପଶୁନୃତ୍ୟ ଭଳି ଲୋକ ନୄତ୍ୟ, ଲୋକ- ସଂଗୀତ, ଚିତ୍ରକଳା ଓ ସମସ୍ତ ପ୍ରକାର ବାଦ୍ୟଯନ୍ତ୍ର ଶିକ୍ଷା ପ୍ରଦାନ ନିମନ୍ତେ ବ୍ୟବସ୍ଥିତି ଏହି ଆର୍ଟ-ହବ ଖୋଲିଥିବା ନେଇ ବହୁ ଅଭିଭାବକ ଖୁସିବ୍ୟକ୍ତ କରିଛନ୍ତି । ଗଞ୍ଜାମର ବିଶ୍ୱ ପ୍ରସିଦ୍ଧ ଲୋକ ନୃତ୍ୟ ରଣପାର ପ୍ରବର୍ତ୍ତକ ସ୍ୱର୍ଗତ ଲିଙ୍ଗରାଜ ସାହୁଙ୍କ ସୁପୁତ୍ର ରାମ ମୋହନ ସାହୁ ଏଠାରେ କଠଉ, କାଠପାଦ ରଣପା ନୃତ୍ୟ ଶିକ୍ଷା ପ୍ରଦାନ କରୁଥିବା ବେଳେ, ଏନ. ରଶ୍ମିତ ଆଧୁନିକ ନୃତ୍ୟ, ଚିତ୍ରାଙ୍କନ ଶିକ୍ଷକ ରବିନ୍ଦ୍ର ଦାସ ଉପସ୍ଥିତ ଥିଲେ । ଏମ. ରାଧା କୁମାରୀ, ଜୀତୁରାଜ ବେହେରା, ମୁନା ବେହେରା କାର୍ଯ୍ୟକ୍ରମରେ ସକ୍ରୀୟ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.