centurian jitm

କେଏସ୍‌ସିସିର ରଣ ହୁଙ୍କାର : ଜାନୁୟାରୀରେ ସୋନପୁର ଠାରେ ହେବ ଦ୍ୱିତୀୟ କୋସଲ ମହାପଞ୍ଚାୟତ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଅମଲା ଭବନଠାରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ଆଠ ମଲ୍ଲିକ ଅଂଚଳର କୋସଲ ସଂଗ୍ରାମୀମାନଙ୍କୁ ନେଇ ଏକ ସାଂଗଠନିକ ସଭା ଆୟୋଜିତ ହୋଇଯାଇଛି । ବରିଷ୍ଠ କୋସଲବାଦୀ ସଂଗ୍ରାମୀ ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କୋସଲ ଷ୍ଟେଟ୍‌ କୋ-ଅଡିନେସନ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ କେଏସ୍‌ସିସିର ମୁଖ୍ୟ ସଂଯୋଜକ ପ୍ରଶାନ୍ତ ମାଝି ମୁଖ୍ୟବକ୍ତା ଭାବେ ଯୋଗଦେଇ ଆନ୍ଦୋଳନକୁ ଗାଁ ଗାଁରେ ପହଞ୍ଚାଇବାକୁ ସବୁ ସଂଗ୍ରାମୀଙ୍କୁ ଉପଦେଶ ଦେଇଥିଲେ । ଏହି ସଭାରେ ରାଜ୍ୟ ସରକାରଙ୍କ କୋସଳାଞ୍ଚଳ ପ୍ରତି ଦିନକୁ ଦିନ ବଢୁଥିବା ଅବହେଳାର ସ୍ୱତନ୍ତ୍ର ରାଜ୍ୟ ଏକ ମାତ୍ର ବିକଳ୍ପ ବୋଲି କରିବା ସହ ସବୁ କୋସଲବାଦୀ ସଂଗଠନମାନେ ଏକ ହୋଇ ମିଳିତ ଭାବେ ଲଢେଇ ଜାରି ରଖିବାକୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ । ଆଗାମୀ ଜାନୁୟାରୀ ମାସରେ ସୋନପୁର ଠାରେ ୨ୟ କୋସଲ ମହାପଞ୍ଚାୟତ ଅନୁଷ୍ଠିତ ହେବା ନେଇ ଶ୍ରୀ ମିଶ୍ରଙ୍କ ଘୋଷଣାକୁ ସର୍ବ ସମ୍ମତ୍ତି କ୍ରମେ ସ୍ୱାଗତ କରିବା ସହିତ ସେ ନେଇ ପ୍ରସ୍ତୁତି ୧୫ ଦିନ ଭିତରେ ଆରମ୍ଭ କରିବାକୁ ସ୍ଥିର କରାଯାଇଥିଲା । ସେହିପରି ସଂଗଠନିକ ସ୍ତରରେ ମଧ୍ୟ ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ବ୍ଲକ ସଂଗଠନକୁ ପୁନର୍ବାର ସଂଗଠିତ କରି ପଞ୍ଚାୟତ କମିଟି ମାନ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏକ୍ସନ କମିଟିର ଗୋପାଳଜୀ ପାଣିଗ୍ରାହୀ, ବିକ୍ରମ ବହିଦାର, କପିଳେଶ୍ୱର ଖମାରୀ, କିଶୋର ପୁରୋହିତ, ଡଃ ଶଶୀଭୂଷଣ ସାହୁ, ଦିନେଶ ନାଗ, ରିଲୁ ରଥ, ଡୋଲାମଣି ପ୍ରଧାନ, ରାଜେଶ ମିଶ୍ର, ପ୍ରୀୟବ୍ରତ ସାହୁ, କିଶୋର ହୋତା, ଅଭିଷେକ ଦାଶ, ବିନୋଦ କାଲସାଏ, ରଣରାଜ ସିଂଦେଓ, ସୁନିଲ ସେଠ୍‌, ପ୍ରିତମ ଠକୁର, ସୋମେଷ ଡାଙ୍ଗ, ପ୍ରାଣବନ୍ଧୁ ରାଉତ, ସତ୍ୟନାରାୟଣ ଛତ୍ରିଆ, ଦୀପକ କୁମାର ଭୋଇ, ମିତ୍ରଭାନୁ ରଣା, ଭରତ ଭୋଇ, ପୁଲିନ ମିଶ୍ର, ମନୋରଂଜନ ସାହୁ, ଶୁକଦେବ ବାଗ ଯାଦବ, ସୌମ୍ୟ ରଞ୍ଜନ ପୁରୋହିତ, ଇଶ୍ୱର ବାଗ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ଧୃବ ସରାଫ, ପ୍ରଭାସ ମିଶ୍ର, ସତ୍ୟ ବନଛୋର, ସନ୍ଦୀପ ବାଗ, ରଘୁ ନନ୍ଦନ ସିଂ, ମିତ୍ରଭାନୁ ବାରିକ ପ୍ରମୁଖ ଉଦ୍‌ବୋଧନ ଦେଇ ଅଲଗ୍‌ କୋସଲ ରାଏଜ ହିଁ ଏକମାତ୍ର ବିକଳ୍ପ ବୋଲି କହି ଆନ୍ଦୋଳନକୁ ତୃଣମୂଳ ସ୍ତରରେ ଦୃଢ କରିବାକୁ ଗୁରୁତ୍ୱାରୋପ କରିଥିଲେ । ଶେଷରେ ରବିଶଙ୍କର ମିଶ୍ର ଧନ୍ୟବାଦ ଦେବା ପରେ ସଭା ସାଂଗ କରାଯାଇଥିଲା ।

Leave A Reply

Your email address will not be published.