ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ରାମଧୁନ ଶୋଭାଯାତ୍ରା ଓ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମସ୍ତ ଜିଲ୍ଲା ସଦରମହକୁମା ଜାତିର ପିତା ତଥା ସତ୍ୟ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଜୀଙ୍କ ୧୫୨ତମ ଜୟନ୍ତୀ ହର୍ଷ ଉଲ୍ଲାସ ମଧ୍ୟରେ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପବିତ୍ର ୧୫୨ତମ ଗାନ୍ଧୀ ଜୟନ୍ତୀ ଓ ୧୧୭ ତମ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜନ କରିଛି । ଜିଲ୍ଲା ସ୍ତରରେ ଚିତ୍ରାଙ୍କନ, ସାହିତ୍ୟ ଆଲୋଚନା ଓ କୁଇଜ ପ୍ରତିଯୋଗିତା ସମେତ ରାମଧୁନ ଶୋଭାଯାତ୍ରା ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ଜିଲ୍ଲାର ସଦର ମହକୁମାର ରାଜରାସ୍ତା ପରିକ୍ରମା କରି ଗାନ୍ଧୀଜୀଙ୍କ ସେହି ଦୁଇଟି ଅମୂଲ୍ୟ ରତ୍ନ “ସତ୍ୟ ଓ ଅହିଂସା’ ନଜି ଭିତରେ ଧାରଣ କରିବା ଲାଗି ସଚେତନ କରିଥଲେ । ରାଜଧାନୀ ଭୁବନେଶ୍ୱରରେ ଆୟୋଜତି ରାମଧୁନ ଶୋଭାଯାତ୍ରାରେ ରାଜ୍ୟର ବଛା ବଛା ଶ୍ରେଷ୍ଠ ୧୦ଟି ସଂକୀର୍ତ୍ତନ ମଣ୍ଡଳୀର ଅନ୍ୟୁନ ୧୫୦ କଳାକାର ସହରର ୫ଟି ସ୍ଥାନ ଯଥା ୟୁନଟି ୪, ଶିଶୁଭବନ ଛକ, ରାଜଭବନ ଛକ, ୟୁନିଟ-୨ ଓ ୟୁନିଟ-୯ରୁ ବାହାରି ଉତ୍କଳ ମଣ୍ଡପରେ ସମବେତ ହୋଇ ଗାନ୍ଧୀଜୀଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନିଜ ପାରମ୍ପରିକ ବାଦୟ ତାଳେ ତାଳେ ଏକ ସ୍ୱରରେ ଗାନ୍ଧୀଜୀଙ୍କ ପ୍ରିୟ ରାମଧୁନ ଗାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରର ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଓ ସମ୍ମାନିତ ଅତିଥି ରୂପେ ବିଭାଗର ନିର୍ଦେଶକ ରଂଜନ କୁମାର ଦାସ ଯୋଗ ଦେଇ ଗାନ୍ଧୀଜୀଙ୍କ ମହନୀୟ ଆର୍ଦଶ ଉପରେ ଆଲୋକପାତ କରିଥିଲେ । ସେହିଭଳି ଭାବରେ ଜନତା ମଇଦାନରେ ଥିବା ଗାନ୍ଧୀ ପ୍ରତିମଳର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗ ଅଧୀନରେ ଥିବା ରାଜ୍ୟ କଳାକାର ସଂଘ ସହ ଅନୁବନ୍ଧିତ ଲୋକ କଳାକାରମାନଙ୍କ ପାରମ୍ପରିକ କଳା ସହ ଆଜି ଦନିର ଗୁରୁତ୍ୱକୁ ଏକା ସହ ଯୋଡିବାର ଅଭିନବ ପରିକଳ୍ପନା ଓ ଏହାର ସଫଳ ପରିଚାଳନାରେ ମୁଖ୍ୟ ଭୂମିକା ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ନିର୍ବାହ କରିଥିଲେ । ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମର ଆୟୋଜନରେ ସହଯୋଗ କରିଥିଲେ । ସନ୍ଧ୍ୟା ସମୟରେ ରାଜ୍ୟ କଳା ଗ୍ରାମର ତୃତୀୟ ବାରିକ ଉତ୍ସବ କାର୍ଯ୍ୟକ୍ରମ ପ୍ରତ୍ୟେକ ଜିଲ୍ଲାରେ ଥିବା ଲୋକକଳା ଗ୍ରାମ ଗୁଡିକରେ ସମାପନ ହୋଇଥିଲା ।

Leave A Reply

Your email address will not be published.