oom

ବିଶ୍ଵ ହିନ୍ଦୁ ପରିଷଦ ଆନୁକୁଲ୍ୟରେ ରାମ ନବମୀ ମହୋତ୍ସବ

jsmm

ଜୟପାଟଣା, (ଶେଷ ଦେବ ବେହେରା) : ବ୍ଲକ ଅନ୍ତର୍ଗତ ରେଂଗାଲ୍ ପାଲି ସ୍ଥିତ ପ୍ରଭୁ ଶ୍ରୀରାମ ମନ୍ଦିର ପରିସର ସତସଙ୍ଗ ଭବନ ଠାରେ ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ସତସଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ବିଭିନ୍ନ ବକ୍ତା ରାମ କଥା, ରାଷ୍ଟ୍ର ବାଡ ଓ ଗୋରକ୍ଷା ଉପରେ ଆଲୋଚନା ରଖିଥିଲେ । ଏହି ଅବସରରେ ଅଖିଳ ଭାରତୀୟ ସତସଙ୍ଗ ପ୍ରମୁଖ ବସନ୍ତ କୁମାର ରଥ, ରାମ ନବମୀର ମହତ୍ତ୍ଵ ରାଷ୍ଟ୍ର ବାଦ ଓ ଗୋରକ୍ଷା ଉପରେ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟନାରାୟଣ ଥାନାପତି ପ୍ରାନ୍ତ ସଂଗଠନ ମନ୍ତ୍ରୀ, ସଭାପତି ଧର୍ମଗଡ ସାଂଗଠାନିକ ଜିଲ୍ଲା ସୁରେନ୍ଦ୍ର ମୋହନ ପଣ୍ଡା, ଧର୍ମାଚାର୍ୟ ବାବା ମଧୁସୂଦନ ଦାସ, ସମାଜ ସେବୀ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଷୀ, ପୂର୍ବ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଗୋକୁଳାନନ୍ଦ ଠାକୁର, ଭାରତେନ୍ଦୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.