ପଣ୍ଡରାଣୀ ଗାଁରେ ଶ୍ରୀରାମ ଲୀଳା ମହୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ପଣ୍ଡରାଣୀ ଗାଁରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଲୀଳା ମହୋତ୍ସବ ଆୟୋଜିତ ହୋଇଯାଇଛି । ଦିନବେଳା ଶତାଧିକ ବ୍ରତୀ ହବିଷ୍ୟ ପୂର୍ବକ ରାମାୟଣ କଥାବସ୍ତୁ ଶ୍ରବଣ ପରେ ରାତିରେ ନାଟକ ମାଧ୍ୟମରେ ଅଭିନୀତ ଶ୍ରୀରାମ କଥାକୁ ଅଭିନୟ କରିଥାନ୍ତି । ଗତ ୧୯୯୬ ମାର୍ଚ୍ଚ ୨୮ ଚୈତ୍ର ଶୁକ୍ଳ ନବମୀ ତିଥିରୁ ଦୀର୍ଘ ୨୭ ବର୍ଷ ଧରି ବାବାଜି ଘନଶ୍ୟାମ ଦାସଙ୍କ ତତ୍ୱାବଧାନରେ ଏହି ଶ୍ରୀରାମ କଥାବସ୍ତୁ ଆରମ୍ଭ ହୋଇଥିଲା । ସ୍ୱର୍ଗତ ଠଣସୁନ୍ଦର ସାହୁ, ସ୍ୱର୍ଗତ ପରୀକ୍ଷିତ ବିଶି, ସ୍ୱର୍ଗତ ଦ୍ଵିଜରାଜ ପରୁଆ, ସ୍ୱର୍ଗତ ଘାସିରାମ ସାହୁ ପ୍ରମୁଖଙ୍କ ଉଦ୍ୟମ କ୍ରମେ ପଣ୍ଡରାଣୀ ଗ୍ରାମରେ ଶ୍ରୀରାମ ଲୀଳା ମହୋତ୍ସବ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ପ୍ରଫୁଲ୍ଲ ଥାଟି ଓ ଦମୟନ୍ତି ଥାଟି ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ତ୍ରିଲୋଚନ, ଗୁଣ, ସଦାନନ୍ଦ, ବିଶ୍ଵାମିତ୍ର, ଜୟଚନ୍ଦ୍ର ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା ଜଣାଯାଇଛି ।

Leave A Reply

Your email address will not be published.

error: Content is protected !!