ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରକ୍ତଦାନ ଏକ ମହତ ଦାନ । ଏହି ମହାନ କାର୍ଯ୍ୟ କରିବା ନିମନ୍ତେ ଆଗେଇ ଆସିଛନ୍ତି ଜଣେ ଯୁବ କାଉନସିଲର ତଥା ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର । ଛତ୍ରପୁର ଅଞ୍ଚଳର ଲୋକଙ୍କୁ କିପରି ରକ୍ତ ଅଭାବ ନହେବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛି ଏହି ଅନୁଷ୍ଠାନ । ଟ୍ରଷ୍ଟର ଶୁଭାରମ୍ଭ ଓ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ଶିବ କୁମାର ରିଡିଙ୍ଗ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ସଭାପତି ତଥା ଯୁବ କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଶିବିରକୁ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି. କେ. ଦଳାଇ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିବିରକୁ ରିବନ କାଟିବା ସହ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ପ୍ରୀତିଚ୍ଛନ୍ଦା ସାମଲ, କେ. ରମେଶ, ୟୁଥ ମାସ ସେବା ସଂଘର ସମ୍ପାଦକ ସୟେଦ ମୁକ୍ତାର, ଛତ୍ରପୁର ଏନ୍‌ଏସି ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର ବି. ରାଜୁବାବୁ, କିଶୋର ଚନ୍ଦ୍ର ସେନାପତି, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ସମ୍ପାଦକ ଝିଲିବାଳା ରାଉତ, ଯୁଗ୍ମ ସମ୍ପାଦକ ଗୀତ ସାହୁ, ଅଶୋକ କୁମାର ପାଣି, ନଳନୀକାନ୍ତ ପାଣିଗ୍ରାହୀ, କେ. ନାଗେଶ୍ୱର ରାଓ, ଡି.ବଳରାମ ରେଡ୍ଡୀ, ଏନ.ଗିରିଧାର ରାଓ, କିଶୋର ବେହେରା, ସପନ ନାହାକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟରେ ରକ୍ତ ଅଭାବ ଦୂର କରିବା ସହ ରକ୍ତ ଅଭାବରୁ ଯେପରି କେହି ମୃତ୍ୟୁବରଣ ନକରିବେ ତାହାକୁ ଦୃଷ୍ଟିରେ ରଖି ସମସ୍ତେ ସ୍ଵେଛାକୃତ ଭାବେ ଆଗକୁ ଆସି ରକ୍ତଦାନ ଭଳି ଏକ ମହାନ କାର୍ଯ୍ୟରେ ଯୋଗଦେଇ ରକ୍ତ ଦେବା ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

Leave A Reply

Your email address will not be published.