oom

ପବିତ୍ର ରଥଯାତ୍ରାରେ ପ୍ରଥମ ଥର ବରଗଡ଼ ହାଟପଦାରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର

jsmm

ବରଗଡ, (ନିରୋଜ କୁମାର ପାଣୀ) : ୧୦୧ ୟୁନିଟ ରକ୍ତ ସଂଗୃହୀତ ମାନବିକତା ଦେଖାଇଲେ ହାଟପଦାବାସୀ ପବିତ୍ର ରଥଯାତ୍ରା ଅବସରରେ ଗତ ଶୁକ୍ରବାର ଦିନ ୱାର୍ଡ ନମ୍ବର ୦୩ ହାଟପଦା ସ୍ଥିତ ମା’ ଦୂର୍ଗା ମହିଳା ସମିତି କାର୍ଯ୍ୟାଳୟ ପରିସରରେ ହାଟପଦାର ସ୍ୱୟଂସେବୀ ସଂସ୍ଥା ସଂକଟମୋଚନ ସହାୟକ ସଙ୍ଘ ଆଉ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ମିଳିତ ଉଦ୍ୟମରେ ପ୍ରଥମଥର ପାଇଁ ହାଟପଦାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଉଭୟ ସଂସ୍ଥାର ସଦସ୍ୟ ସଦସ୍ୟାମାନେ ରାତି ଦିନ ଏକ କରି ଦେଇଥିଲେ ଶିବିରକୁ ସଫଳ କରିବା ପାଇଁ । ଲିଫଲେଟ ବଣ୍ଟନ ସାଙ୍ଗକୁ ଘର ଘର ଯାଇ ଲୋକଙ୍କୁ ରକ୍ତଦାନର ଉପାଦେୟତା ବିଷୟରେ ସେମାନେ ବୁଝାଇ ସଚେତନତା ସୃଷ୍ଟି କରିଥିଲେ, ଯାହାର ପରିଣାମ ଏହା ଯେ ଶିବିରରେ ଉକ୍ତ ଦିନ ବହୁ ସଂଖ୍ୟାରେ ରକ୍ତଦାନ କରିବା ପାଇଁ ଲୋକମାନେ ଉପସ୍ଥିତ ହୋଇଥିଲେ । ବିଶେଷ କରି ମହିଳାମାନେ ଅନେକ ସଂଖ୍ୟାରେ ରକ୍ତଦାନ କରି ଶିବିରରେ ଉତ୍କଣ୍ଠାକୁ ବଢ଼ାଇ ଦେଇଥିଲେ । ପ୍ରଥମଥର ହେଉଥିବା କାରଣରୁ ଲୋକଙ୍କ ମନରେ ରକ୍ତଦାନ ପ୍ରତି ଯେଉଁ ଅଦରକାରୀ ଭୟ ଆଉ କଳ୍ପନା ବାନ୍ଧି ରହିଥିଲା ସେମାନେ ରକ୍ତଦାନ କରି ସେ ସବୁ ମନରୁ ଦୂର କରିବା ସହ ସମାଜ ପାଇଁ କିଛି ଭଲ କାମ କରିବାର ଆତ୍ମସନ୍ତୁଷ୍ଟି ଅନୁଭବ କରୁଥିଲେ । ସର୍ବମୋଟ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ଯେଉଁଥିରୁ ୨୨ ୟୁନିଟ ମହିଳା ମାନେ ଦେଇଥିଲେ । ସେ ମଧ୍ୟରୁ ଅନେକାଂଶ ରକ୍ତଦାତା ପ୍ରଥମ ଥର ପାଇଁ ରକ୍ତ ଦେଇଥିଲେ । ଏଥିରୁ ଏହା ସ୍ପଷ୍ଟ ଯେ, ଲୋକଙ୍କ ମଧ୍ୟରେ ସଠିକ ସଚେତନତା ଆଉ ଶିକ୍ଷା ଦିଆଗଲେ ସାମାଜିକ ପରିବର୍ତ୍ତନ ଯେ ସମ୍ଭବ ଏହା ସଂକଟମୋଚନ ଆଉ ସଂକଳ୍ପ ପରିବାର ପ୍ରମାଣିତ କରି ଦେଖାଇଛନ୍ତି । ଉକ୍ତ ଶିବିରରେ ସମାଜସେବୀ ସଦାନନ୍ଦ ପାଣିଗ୍ରାହୀ ମୁଖ୍ୟ ଅତିଥି ଓ ପର୍ବତାରୋହୀ କୁମାରୀ ଲିପୀକା ସେଠ ସହିତ ପଡ଼ାର ଅନେକ ବରିଷ୍ଠ ସଦସ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଶିବିରର ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.