oom

ରମ୍ଭା ପୋଲିସ ଷ୍ଟେସନରେ ନୂତନ କୋଠା ନିର୍ମାଣର ବର୍ଷପୂର୍ତ୍ତି ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜମ ବ୍ଲକ ଅନ୍ତର୍ଗତ ରମ୍ଭା ପୋଲିସ ଷ୍ଟେସନରେ ନୂତନ କୋଠା ନିର୍ମାଣର ବର୍ଷପୂର୍ତ୍ତି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଭୁବନେଶ୍ୱର ଯୋନ ସଂଯୋଜକ ଡ଼. ବୃନ୍ଦାବନ ମିଶ୍ର ଏବଂ ରମ୍ଭା ଗାୟତ୍ରୀ ଶକ୍ତିପୀଠର ପରିବ୍ରାଜକ ଜାଗିଲି ପ୍ରଧାନଙ୍କ ବେଦମନ୍ତ୍ର ଧୁନିରେ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିରକୁ ଗଞ୍ଜମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ, ସମ୍ମାନିତ ଅତିଥି ଭାବେ ଏସ୍‌.ଡି.ପି.ଓ ଗୌତମ କିସାନ, ରମ୍ଭା ଥାନା ଅଧିକାରୀ ଦୀପ୍ତି ରଂଜନ ବେହେରା, ହୁମା ଫାଣ୍ଡି ଅଧିକାରୀ ଦେବବ୍ରତ ପ୍ରିୟଦର୍ଶୀ, ଗଞ୍ଜମ ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ସୁରଥ ପାହାନ,ରାଜ୍ୟ ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ, ରମ୍ଭା ଏନ.ଏ.ସି ଅଧ୍ୟକ୍ଷା ପ୍ରତିନିଧି କାହ୍ନା ସ୍ୱାଇଁ, ଉପାଧ୍ୟକ୍ଷ କାଳିଆ ତରେଇ ସୀମାଞ୍ଚଳ ବା ଡତ୍ୟା ଉପସିତ ରହି ରକ୍ତଦାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରକୁ ରମ୍ଭା ପୋଲିସ ଷ୍ଟେସନର ଏସ୍‌.କେ. ଦାସ, ବିକ୍ରମ ସାମଲ, ବିମଲ କଅଁର, ସୋମନାଥ ମହାରଣା, ଛବିରାଣୀ ନାୟକ, ପ୍ରଭାତ ନାହାକ ଓ ରୂପକ ପଳେଇ ପରିଚାଳନା କରିଥିଲେ । ଗାୟତ୍ରୀ ପରିବାର ବିଶ୍ୱମଙ୍ଗଲ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ କଟୁଆ, ସହ ସଂଯୋଜକ ରବିନାରାୟଣ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଆୟୋଜିତ ଏହି ଶିବିରରୁ ୧୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ରମ୍ଭା ଥାନା ଅନ୍ତର୍ଗତ ସମସ୍ତ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଏହି ଶିବିରରେ ଉପସ୍ଥିତ ଥିଲେ । ଗଞ୍ଜମ ବ୍ଲକର ବିଭିନ୍ନ ପଞ୍ଚାୟତରୁ ରକ୍ତଦାତାମାନେ ଏହି ଶିବିରରେ ରକ୍ତଦାନ କରିଥିଲେ । ଟେକ୍ନିସିଅନ ପ୍ରଦୀପ ସୁବୁଦ୍ଧିଙ୍କ ନେତୃତ୍ୱରେ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀମାନେ ଯୋଗଦେଇ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।

jittmm
Leave A Reply

Your email address will not be published.