jayashree

ହରିଣକୁଲି ସରସ୍ୱତୀ ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତର ହରିଣକୁଲି ସାର୍ବଜନୀନ ସରସ୍ବତୀ ପୂଜା କମିଟିର ସରସ୍ବତୀ ପୂଜା ଉପଲକ୍ଷେ ଓ ସ୍ବର୍ଗତ ମଧୁସୂଦନ ଓ ନାରାୟଣ ଗିରିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ ଓ ଆମଓଡ଼ିଶା ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । କମିଟିର ସଭାପତି ଦିଲୀପ କୁମାର ଜେନା, ସମ୍ପାଦକ ସଞ୍ଜୀବ କୁମାର ଦାସ ଓ ବିଭୂତି ଭୂଷଣ ଗିରୀଙ୍କ ତତ୍ତ୍ୱାବଧାନରେ ଆୟୋଯିତ ଶିବିରକୁ ସ୍ୱର୍ଗତଃ ଗିରୀଙ୍କ ପିତା ପିତାମ୍ବର ଗିରୀ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ, ସମାଜସେବୀ ତଥା ଆଇନଜୀବୀ ରାଜକିଶୋର ଜେନା, ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ଵରର ଡାକ୍ତର ଉତ୍ତର କୁମାର ଦଣ୍ଡପାଟ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଡାକ୍ତର ଦଣ୍ଡପାଟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ଅକ୍ଷୟ କୁମାର ଜେନା, ଜଗନ୍ନାଥ ପଣ୍ଡା, ସହଯୋଗୀ ହେମଲତା ସେଠୀ ଓ ବିଦ୍ୟାଧର ସାହୁ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ମୋଟ୍ ୧୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ରାଜ କିଶୋର ଜେନା, ଚନ୍ଦନ କୁମାର ଗିରୀ, ଜିତେନ୍ଦ୍ର ସାମଲ, ବିଭୂତି ଗିରି, ଶିବଶଙ୍କର ପଟ୍ଟନାୟକ, ଚନ୍ଦନ ଗିରି, ମନୋଜ ଦାସ, ରାଜେଶ ଜେନା, ମିହିର ମହାନ୍ତି, ଦେବପ୍ରସାଦ ଦାସ, ପଦ୍ମଲୋଚନ ଗିରୀ, କାହ୍ନୁ ଦେ’ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.