ସହିଦ ଦେବେନ୍ଦ୍ର ଧରୁଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସହିଦ ଦେବେନ୍ଦ୍ର ଧରୁଆଙ୍କ ସ୍ମୃତିରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଯାଇଛି । ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଧରୁଆଙ୍କ ପରିବାର ସହ ଗ୍ରାମାବାସୀ ଓ ପୋଲିସ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ବୋଡେନ ଥାନା ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସିଆରପିଏଫ୍‌ ବାଟାଲିୟନ ବି-୨୧୬, ନଂ୧୯ର ଯବାନ ସହ ପୋଲିସ କର୍ମଚାରୀମାନେ ଓ ସମାଜସେବୀମାନେ ମଧ୍ୟ ଯୋଗ ଦେଇ ରକ୍ତଦାନ କରିଥିଲେ । ଉକ୍ତ ଶିବିରରେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏସ୍‌ପି ଶ୍ରୀ ଦିବାକର, ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନା, ଇନ୍ସପେକ୍ଟର ଦେବାଶିଷ ରାଉତ, ଏସ୍‌ଆଇ ଗୌରୀ ଯାନୀ, ଏସ୍‌ଆଇ ସୁରଧା ମାଝୀ, ପର୍ଶୁରାମ ଛତ୍ରୀଆ, ୨୧ ସି-କମାଣ୍ଡୋ ଧିରିରାଜ କୁମାର, ବି-୨୧୬ ବାଟାଲିୟନ ଖଡୁପାଣି କମାଣ୍ଡୋଣ୍ଡ ନିତ୍ୟାନନ୍ଦ, ଏଫ୍‌ ୨୧୬ ବାଟାଲିୟନ ଭଇସାଦାନୀ ବିବେକ ରାମ ରାଓ, ଜି-୧୯ ବିଏନ ସିଆରପିଏଫ୍‌ ବୋଡେନ କମାଣ୍ଡୋ ନନ୍ଦି ପ୍ରମୁଖ ଯୋଗଦେଇ ସହିଦ ଶ୍ରୀ ଧରୁଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିରେ କନେଷ୍ଟବଳ ୟୋଶୋବର୍ଧନ ପାତ୍ର, ଜିତେନ୍ଦ୍ର ଯୋଶୀ, ନରେନ୍ଦ୍ର ବେମାଲ, ଲଳିତ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ୱାସ୍ଥ ବିଭାଗ ପକ୍ଷରୁ ଡ଼ ପୁନିତ ଛବରିଆ, ଯଜାତି କେଶରୀ ମଲ୍ଲିକ, ହରେକୃଷ୍ଣ ମାଝୀ, ଲିଙ୍ଗେଶ୍ୱର ଦାସ, ଯଦୁମଣି ବୈଠାରୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.