ପଣ୍ଡରା ଯୁବାମଞ୍ଚ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କାର୍ତ୍ତିକ ଶୁକ୍ଳ ପକ୍ଷ ଏକାଦଶୀ ଦିନ ବରଗଡ଼ ଜିଲ୍ଲା ବରିକେଲ ଗ୍ରାମର ରାଜବୋଡାସମ୍ବର ଅଞ୍ଚଳର ୫୬ଟିଗ୍ରାମରୁ ଆସିଥିବା ପଣ୍ଡରା ଜାତିର ଯୁବକମାନଙ୍କୁ ନେଇ ନବଗଠିତ ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚର ପ୍ରଥମ ଯୁବ ଚିନ୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପଣ୍ଡିତ ସୁରେଶ ଚୌହାନ ସଭାପତିତ୍ୱ କରିଥିଲେ । ଏହି ସଭାରେ ଅଞ୍ଚଳର ଅନେକ ଜ୍ଞାନୀ ଗୁଣୀ ବ୍ୟକ୍ତି ଏବଂ ଯୁବଗୋଷ୍ଠୀ ଯୋଗଦେଇ ଜାତିର ଅସ୍ମିତା, ସଂହତି ଓ ପ୍ରଗତି ଉପରେ ଆଲୋଚନା କାରିଥିଲେ । ଉକ୍ତ ସଭାରେ ଜାତିର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରିବାର ସ୍ଥିରୀକୃତ କରାହୋଇଛି । ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚର ରାଜ୍ୟ ଶାଖା ତରଫରୁ ହେମନ୍ତ ଦିଶ୍ରୀ ଓ ବୀରେନ୍ଦ୍ର ଦେହୁରୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ଯୁବମଞ୍ଚର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟକୁ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ । ପର୍ଯ୍ୟବେକ୍ଷକ ଦ୍ୱୟଙ୍କ ଉପସ୍ଥିତିରେ ରାଜବୋଡାସମ୍ବର ଶାଖା ପ୍ରଗତିଶୀଳ ଯୁବା ମଞ୍ଚର ପରିଚାଳନା କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଡମ୍ବରୁଧର ସାହାଙ୍କୁ ସଂଯୋଜକ ଭାବେ, ଟିକେଲାଲ ବାରିକଙ୍କୁ ସହସଂଯୋଜକ ଭାବେ, ଦୋଳଗୋବିନ୍ଦ ବଡଗୁଛିଆଙ୍କୁ କୋଷାଧ୍ୟକ୍ଷ, ତୋଷଧର ପାଣ୍ଡେଙ୍କୁ ପଦ୍ମପୁର ଜୋନ ସମନ୍ୱୟକ, ପଦ୍ମଲୋଚନ ବାରିକଙ୍କୁ ଝାରବନ୍ଧ ଜୋନ ସମନ୍ୱୟକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଅବସରରେ ସମଲେଶ୍ୱରୀ କଲ୍ୟାଣ ମଣ୍ଡପରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ଯେଉଁଠି ପଣ୍ଡରା ଯୁବମଞ୍ଚର ୨୦ଜଣ, ବରିକେଲ ଗ୍ରାମର ଅନ୍ୟାନ୍ୟ ମାନବବାଦୀ ଚିନ୍ତାଧାରାର ୯ ଜଣ ତଥା ପ୍ରଗତିଶୀଳ ପଣ୍ଡରା ଯୁବ ମଞ୍ଚର ଡକ୍ଟଜ୍ଞରଦ୍ଭ ଡସଦ୍ଭଶ “ପଣ୍ଡରା ନାରୀଶକ୍ତି’ ତରଫରୁ ଶ୍ରୀମତୀ ଲୋପାମୁଦ୍ରା ସାହା ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ନେତ୍ରାନନ୍ଦ ସାହା, କୃଷ୍ଣଚନ୍ଦ୍ର ଚୌହାନ, ବନମାଳୀ ଚୌହାନ, ଲୋକନାଥ ଚୌହାନ, ଈଶ୍ୱର ଦିଶ୍ରୀ ଏବଂ ବୁଦ୍ଧ ଦେବ ବିଶି ସୁଚାରୁ ରୂପେ ପରିଚାଳନା କରିଥିଲେ । ପରିଶେଷରେ ପଣ୍ଡିତ ସୁରେଶ ଚନ୍ଦ୍ର ଚୌହାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାର ସମାପନ କରିଥିଲେ ।

Leave A Reply

Your email address will not be published.