ରକ୍ତଦାନ ଶିବିର : ୩୭ ୟୁନିଟ ରକ୍ତ ସଂଗ୍ରହ

ବରଗଡ, (ନିରୋଜ କୁମାର ପାଣୀ) : ସ୍ୱର୍ଗତ ମାୟାଧର ସେଠଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ମାୟାଧର ଯୁବକ ସଂଘର ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବିଜେପୁର ବ୍ଲକ ଖରମୁଣ୍ଡା ବାପୁଜି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଖରମୁଣ୍ଡା ଡାକ୍ତରଖାନାର ଅନୀଲ ପଧାନ ଓ ସୁଶାନ୍ତ ମେହେର ଉଦ୍‌ଘାଟନ କରିଥିଲେ । ମୋଟ ୩୭ ୟୁନିଟ ରକ୍ତ ଏହି ରକ୍ତଦାନ ଶିବିରରୁ ସଂଗ୍ରହ କରାଯାଇଥିବା ବେଳେ ପୂରନ ମେହେର, ପ୍ରଦୀପ ସେଠ, ପଞ୍ଚାନନ ପଧାନ, ରୋହିତ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.