om academy

ଜୁନିଅର ରେଡକ୍ରସ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

jsm

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ବ୍ଲକ ଅନ୍ତର୍ଗତ ଖରଜୁରା ସ୍ଥିତ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ ୟୁନିଟ ତରଫରୁ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଲୋକନାଥ ମିଶ୍ରଙ୍କ ଶିବିରରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଯୋଗଦାନ କରି ସାଂପ୍ରତିକ କରୋନା ସମୟରେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରବାକୁ ଆସିଥିବା ରକ୍ତଦାତାମାନଙ୍କୁ ଜଣେ ଜଣେ ଜୀବନ ଦାତା ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଉମାକାନ୍ତ ନାଗ, ଜିଲ୍ଲା ଜୁନିଅର ରେଡକ୍ରସ ଉପସଭାପତି ଗତିକୃଷ୍ଣ ମିଶ୍ର, ଓଡିଶା ରକ୍ତଦାତା ସଂଘର ସଦସ୍ୟ ତଥା ଜୁନିଅର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ ପ୍ରମୁଖ ଯୋଗଦେଇଥିଲେ । ଶିବିରକୁ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଏବଂ ବିଦ୍ୟାଳୟ ପରାମର୍ଶଦାତା ତଥା ସାଧନକର୍ମୀ ଚନ୍ଦ୍ର ଶେଖର ମହାପାତ୍ର ସଂଯୋଜନା କରିଥିଲେ । ଶିବିରରେ ୩୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସାଧନକମୀ ଅନନ୍ତରାମ ପାଢୀ, ଚନ୍ଦ୍ରମଣି ବାଘ, ପରାମର୍ଶଦାତା ଗୋପେଶ ପଣ୍ଡା, ଶ୍ରୀଧର ପୁଟେଲ ପ୍ରମୁଖ ଯୋଗଦେଇଥିଲେ । ଶିବିରରେ ଆମ ଓଡିିଶା-ସମ୍ବାଦ, ଶୀତଲ ଗ୍ରୁପ ଏବଂ ଏଚଡିଅଡଏଫସି ବ୍ୟାଙ୍କ ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟର ଶିକ୍ଷକ ବିରେନ୍ଦ୍ର ପାତ୍ର ସ୍ୱାଗତ ଅଭଭାଷଣ କରିଥିଲେ । ବ୍ଲଡ ବ୍ୟାଙ୍କ କର୍ମଚାରୀ, ଡା. ସୌରଭ କୁମାର ସାହୁ, ସୁବାଷ ପଣ୍ଡା, ଜଗତ ଦରୱାନ, ଟଙ୍କଧର କୁଅଁର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଶେଷରେ ଶିକ୍ଷକ ବିଶ୍ୱନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.