om academy

ଗଂଜାମରେ ମେଗା ରକ୍ତଦାନ ଶିବର : ୧୦୨ ୟୁନିଟ ରକ୍ତ ସଂଗ୍ରହ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ଏନ୍‌ଏସି ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ବରପଲ୍ଲୀ ୟୁଥ କ୍ଲବ ଓ ଗଂଜାମ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ମିଳିତ ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ରକ୍ତର ମହତ୍ଵ ବିଷୟରେ ବୁଝାଇଥିଲେ । ଏହି ରକ୍ତଦାନ ଶିବିରରେ ୧୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଯାହା ସମାଜ ପାଇଁ ଏକ ଐତିହାସିକ ସଫଳତା ବୋଲି ଛାତ୍ର ନେତା ଅକ୍ଷୟ ପ୍ରଧାନ କହିଛନ୍ତି । ଅନ୍ୟମାନଙ୍କ ଭିତରେ ଅଷ୍ଟମ ବାଟାଲିୟନ ଆସିଷ୍ଟାଣ୍ଟ କମାଡେଣ୍ଟ ଅରୁଣ କୁମାର ପ୍ରଧାନ, ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ, ରାଜନୀତି ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଅମର ପ୍ରସାଦ ବିଷୋୟୀ, ଇତିହାସ ବିଭାଗର ମୁଖ୍ୟ ପ୍ରଭାତୀ ତ୍ରିପାଠୀ, ଗଂଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା, ରାଜ୍ୟ ଛାତ୍ର ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ, ଗଂଜାମ ଏନ୍‌ଏସି ଛାତ୍ର ସଭାପତି ରାକେଶ ରଂଜନ ଦାସ, ପୂର୍ବତନ କାଉନସିଲର ଦୁର୍ଗାମାଧବ ପାଣିଗ୍ରାହୀ ଯୋଗ ଦେଇଥିଲେ । ପୂର୍ବତନ ଗଂଜାମ ମହାବିଦ୍ୟାଳୟର ଛାତ୍ର ସଭାପତି ଶିବାନନ୍ଦ ପଲାଇ ଓ ଛାତ୍ରନେତା ଅକ୍ଷୟ ପ୍ରଧାନଙ୍କ ନେତୃତ୍ୱରେ ଏପରି ସଫଳତାକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷୀକ ଠାକୁର ପ୍ରସାଦ ପାତ୍ର ପ୍ରଶଂସା କରିଛନ୍ତି ଆଗକୁ ଏମିତି ସମାଜ ସେବାରେ ନିୟୋଜିତ କରିବା ପାଇଁ ପ୍ରେରଣା ଦେଇଛନ୍ତି । ଅନ୍ୟମାନଙ୍କ ଭିତରେ ଶୁଭେନ୍ଦୁ କୁମାର ପଲାଇ, ବିଭୁପ୍ରସାଦ ତରେଇ, ସାଗର ତରେଇ, ଛାତ୍ର ନେତା ଚିଦାନନ୍ଦ ପ୍ରଧାନ ଓ ବରପଲ୍ଲୀ ସମସ୍ତ ଗ୍ରାମବାସୀ ଓ ମହାବିଦ୍ୟାଳୟର ଏନ୍‌ସିସି ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇ କାର୍ୟ୍ୟକର୍ମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.