ଜୟ କିଷାନ ପାଠାଗାରର ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକର ଦେବାହାଲ ସ୍ଥିତ ଜୟ କିଷାନ ପାଠାଗାର ଆନୁକୂଲ୍ୟରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବୁର୍ଲାର ଡାକ୍ତର ପଙ୍କଜ କୁମାରଙ୍କ ତତ୍ବାବଧାନରେ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ଏକ ସଭା ପାଠାଗାର ପରିସରରେ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ ଏବଂ ବକ୍ତା ଭାବେ ସାମ୍ବାଦିକ ସୁବ୍ରତ ମହାନ୍ତି ଯୋଗଦାନ କରିଥିଲେ । ପାଠାଗାରର ସଭାପତି କାଶୀଶ୍ବର ବେହେରା ସଭାପତିତ୍ବ କରିଥିଲେ । ସଭା ଓ ଶିବିରକୁ ବିନୟ ବେହେରା ପରିଚାଳନା କରିଥିବା ବେଳେ ନିତିନ ଭୁଏ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୫୩ ଥର ରକ୍ତଦାନ କରିଥିବା କଲାପାଣି ଗ୍ରାମର ରକ୍ତଦାତ୍ରୀଙ୍କୁ ସମର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.