om academy

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୧୧୬ତମ ପ୍ରତିଷ୍ଠା ଦିବସ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବରଗଡ଼ ଶାଖାର ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ବରଗଡ଼ ଶାଖାଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରକୁ ସିନିୟର୍ ଶାଖା ପରିଚାଳକ ରାଜେଶ ଥାନାପତି ଫିତା କାଟି ଉଦ୍‌ଘାଟନ କରିଥିଲେ । ଏଥିରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅତାବିରା ଓ ସୋହେଲା ଶାଖାର କର୍ମଚାରୀମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଶିବିରରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ୩୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିରକୁ ବ୍ୟାଙ୍କର ଶାଖା ପରିଚାଳକ ସୁଜିତ କୁମାର ମିଶ୍ର, ନିରଜ କୁମାର ପାତ୍ର ଓ ନିଷ୍ଠା ପରିବାରର ଉପସଭାପତି ଆଶିଷ କର, ସମ୍ପାଦକ ଅଶ୍ୱିନୀ କୁମାର ତ୍ରିପାଠୀ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ । ହେଲ୍ପପିପ୍ସ ହାର୍ଟ୍‌ର ମୁଖ୍ୟ ସତ୍ୟାନନ୍ଦ ପାଣ୍ଡେ ରକ୍ତଦାନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଉପଢୌକନ ଓ ମାନପତ୍ର ଦେଇ ନିଷ୍ଠା ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.