om academy

ରକ୍ତଦାନ ଶିବିର, ୫୦ ୟୁନିଟ୍‌ ରକ୍ତ ସଂଗ୍ରହ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭରତୀୟ ଆଜାଦ ମଂଚ, ପୁରୀ ଶାଖା ଆନୁକୂଲ୍ୟରେ ଡେଲାଙ୍ଗ ବ୍ଲକର ପୋଷଲ ସ୍ଥିତ ଅଙ୍ଗନାଓାଡି କେନ୍ଦ୍ରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ୟାପିଟାଲ ମେଡିକାଲ ବ୍ଲଡ୍‌ ବ୍ୟାଙ୍କର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରିଥିଲେ । ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ରୂପେ ଡକ୍ଟର ଦେବାଶିଷ ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମଚଂର ରାଜ୍ୟ ମହାସଚିବ ରାଜ କିଶୋର ବେହେରା, ପିପିଲ ବ୍ଲକ ସମ୍ପାଦକ ବିପିନି ବେହେରା, ପିପିଲ ବ୍ଲକ ଅଧ୍ୟକ୍ଷ ସନ୍ତୋଷ ବେହେରା, ରାଜ କିଶୋର ବାରିକ, ସୁଧାଂଶୁ ମହାରଣା ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଏହାର ସୁପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରେ ୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ଶେଷରେ ରାଜ କିଶୋର ବେହେରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.