oom

ସେକ୍ଟର ୧୯ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ତରଫରୁ ଏକ ନିଃଶୁଳ୍କ ମେଗା ରକ୍ତଦାନ ଶିବିର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାଉରକେଲା ଏସ୍‌ପି ନିତେଶ ୱାଡ଼ୱାନୀ ମୁଖ୍ୟ ଅତିଥି, ଡିଏସ୍‌ପି ପୁଷ୍ପାଞ୍ଜଳି ନେଗୀ ଉଦ୍‌ଘାଟକ ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅଦିନିଆ ବର୍ଷା ବାଧକ ସାଜିଥିଲେ ହେଁ ୪୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ୱାଡ଼ୱାନୀ ଓ ଉଦ୍‌ଘାଟକ ନେଗୀ ମାଡାମ କାର୍ଯ୍ୟକ୍ରମର ସଫଳତା କାମନା କରିବା ସହ ସହରର ରକ୍ତାଭାବକୁ କିଛି ମାତ୍ରାରେ ଏହା ପୂରଣ କରିପାରିବ ବୋଲି ମତ ରଖିଥିଲେ । ଏହି ଭଳି କାର୍ଯ୍ୟକ୍ରମ ବିଭିନ୍ନ ଥାନା ଅଞ୍ଚଳରେ କରାଯିବା ସହ ଏଥିପାଇଁ ଜନସାଧାରଣ ଆଗେଇ ଆସିବା ପାଇଁ ଅନୁରୋଧ କରିଥିଲେ । ଥାନା ପ୍ରଭାରୀ ସାଇପ୍ରଭା ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ଡାକ୍ତରଖାନାର ଡାକ୍ତର ଏମ୍‌ ସୋରେନ, କୈଳାସ ଚନ୍ଦ୍ର ଖୁଣ୍ଟିଆ, ତୃପ୍ତିମୟୀ ବେହେରା, ଦିଲ୍ଲୀପ ପୋଥାଳ, ଚୈତନ୍ୟ ମାହାତୋ, ଆପୋଲୋ ହସ୍ପିଟାଲରରୁ ପ୍ରମୋଦ କୁମାର ଦଳାଇ, ଭାରତୀ ସାହୁ, ସ୍ୱପ୍ନା ମାହାତୋ, ବିରାଜିନୀ ଧନୱ।ର, ଆମ ପୁଲିସ ତରଫରୁ ଡ଼ଃ ସୁମନ ଦତ୍ତ, ମନୋଜ ସାହୁ, ନିହାର ଦାସ, ସନ୍ତୋଷ ସ୍ୱାଇଁ, କୁଞ୍ଜବିହାରୀ ରାଉତ, ଚିତ୍ତରଞ୍ଜନ ରାଉତ ଓ ଥାନା ପକ୍ଷରୁ ଏଏସ୍‌ଆଇ ସୁଷମା ସାହୁ, ଏଏସ୍‌ଆଇ ରବିନାରାୟଣ ଦାସ, ଏଏସ୍‌ଆଇ ପିକେ ବାରିକ, ବିନୋଦ ବିଜୟ ମାରାଣ୍ଡି, ଜେମ୍ସ କିରୋ, ସୁରେଶ କୁଜୁର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଥାନା ପ୍ରଭାରୀ ଶ୍ରୀମତୀ ରାଉତ, ଇନ୍ସପେକ୍ଟର ବୈଦ୍ୟନାଥ ସାହୁ, କବିତା ସାହୁ, ସୁଷମା ସାହୁ, ଶ୍ରୀ ମାରାଣ୍ଡି ତଥା ଅନ୍ୟ ପୁଲିସ ଭାଇ ମାନେ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ।

jittmm
Leave A Reply

Your email address will not be published.