ls

ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

sb

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ ଟିଟିଲାଗଡ ସହର ଏକ ବୃହତ୍ ସହର । ଏଠାରେ ଥିବା ସରକାରୀ ଡାକ୍ତରଖାନା ଉପରେ କେବଳ ଟିଟିଲାଗଡ ସହର କି ବଲାଙ୍ଗିର ଜିଲ୍ଲା ନୁହେଁ ନିକଟବର୍ତ୍ତୀ ପଡୋଶୀ ଜିଲ୍ଲା କଳାହାଣ୍ଡି ଏବଂ ନୂଆପଡ଼ାର ଲୋକ ମଧ୍ୟ ନିର୍ଭର କରନ୍ତି । କିନ୍ତୁ ଏଠାରେ ଗତ କିଛିଦିନ ହେଲା ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଇଥିଲା । ଅନେକ ସମୟରେ ସ୍ଵେଚ୍ଛାସେବୀମାନେ ରକ୍ତଦାନ କରି ଲୋକଙ୍କ ଜୀବନ ବଞ୍ଚାଇଥିଲେ । ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାର ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ ତରଫରୁ ରାଜ୍ୟ ସରକାରଙ୍କ ଜୀବନ ବିନ୍ଦୁ କାର୍ୟ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ଟିଟିଲାଗଡ ସ୍ଥିତ ମହାବୀର ଧର୍ମଶାଳାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଟିଟିଲାଗଡ ବିଧାୟିକା ତଥା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଉପସ୍ଥିତିରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଜି ସହରର ଅନେକ ଯୁବକ ଓ ଯୁବତୀ ରକ୍ତଦାନ କରିଛନ୍ତି । କିଛି ଯୁବକ କରୋନା ଟୀକା ଗ୍ରହଣ କରିଥିବାରୁ ରକ୍ତଦାନ କରିପାରି ନ ଥିବା ଦର୍ଶାଇଛନ୍ତି । ଏହି ରକ୍ତଦାନ ଶିବିରରେ ଆଜି ପ୍ରାୟ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଟିଟିଲାଗଡ ସରକାରୀ ଡ଼ାକ୍ତରଖାନାର ରକ୍ତଭଣ୍ଡାର ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସହ ତାଙ୍କ ନୋମିନୀ ଅରୁଣ ମିଶ୍ର, ଆଶୁତୋଷ ସାହୁ, ପ୍ରମୋଦ ପ୍ରଧାନ ଓ ବିଜୁ ଛାତ୍ର ଜନତା ଦଳର ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

pc pk
Leave A Reply

Your email address will not be published.