ରକ୍ତଦାନ ଶିିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଅବସରରେ ଆଜି ରାଉରକେଲା ସରକାରୀ ହସ୍ପିଟାଲ ସ୍ଥିତ ରକ୍ତ ଭଣ୍ଡାର କେନ୍ଦ୍ରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମବାୟର ମୂଲ୍ୟବୋଧକୁ ପ୍ରତ୍ୟେକ ସ୍ତରରେ ଆଦୃତ କରି ବୈଷମ୍ୟବିହୀନ ଓ ଶ୍ରେଣୀହୀନ ସମାଜ ଗଠନ ତଥା ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଅଗ୍ରଗତି କରିବା ଏହାର ମୌଳିକ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସମବାୟ ଅଧିକାରୀ ଉମାଶଙ୍କର ଦାସ, ସହ ନିବନ୍ଧକ ବିକାଶ ସାମଦ, ଅତିରିକ୍ତ ଜିଲ୍ଲା ପଶୁଚିକିତ୍ସକ ଡା. ଲକ୍ଷ୍ମୀନାରାୟଣ ମହାନ୍ତି, ଅନ୍ୟ ସମବାୟ କର୍ମଚାରୀମାନଙ୍କ ମଧ୍ୟରେ ପିଟର ବେକ, ଲକ୍ଷ୍ମୀଧର ମୁଣ୍ଡା, କବିତା ଜେନା ପ୍ରମୋଦିନୀ ଏକ୍କା ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଏବଂ ପ୍ରତ୍ୟେକ ବିନ୍ଦୁ ମୂଲ୍ୟବାନ ଏହି ଆଧାରରେ ଆମ ଓଡିଶା ରକ୍ତଦାନ ଅଭିଯାନ ସହାୟତା ଓ ପାନପୋଷ ସମବାୟ ୟୁନିଟ ସମସ୍ତଙ୍କ ସହଯୋଗରେ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

jittmm
Leave A Reply

Your email address will not be published.