ସ୍ୱେଚ୍ଛାକୃତ ରକ୍ତଦାନ ଓ ଚାରା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରକ୍ତର ବିକଳ୍ପ ପନ୍ଥା ନ ଥାଏ । ରକ୍ତର ଅଭାବ ସମୟରେ ମନୁଷ୍ୟ ହିଁ ମନୁଷ୍ୟକୁ ରକ୍ତଦାନ କରି ଜୀବନ ବଂଚାଇଥାଏ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ତରଣୀ ପାତ୍ର ରକ୍ତଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ସହଯୋଗ କ୍ରମେ କୁଟାସିଂହା ଗ୍ରାମରୁ ଆସି ବଲାଙ୍ଗିର ରକ୍ତ ଭଣ୍ଡାରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ଓ ପରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ତାଙ୍କୁ ଚାରା ବଣ୍ଟନ କରାଯାଇଥିଲା । ଏ ଅବସରରେ ଆଗାମୀ ଦିନରେ ଏହି ବୃକ୍ଷକୁ ମା’ ଭଳି ସମସ୍ତ ଯତ୍ନ ନେବେ ବୋଲି ଶ୍ରୀ ପାତ୍ର ଯୁବ ସଂଗଠନକୁ ପ୍ରତିଶୃତି ଦେଇଥିଲେ । ରକ୍ତଦାନ ସମୟରେ ରାଜ୍ୟ ସରକାର ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଅସୀମ କୁମାର ଭୋଇ, ଗଜାନନ ସାହୁ, ବ୍ଲଡ ବ୍ୟାଙ୍କ ଷ୍ଟାଫ୍ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଜ୍ୟୋର୍ତିମୟୀ ନାୟକ ଓ ନିରୁପମା ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.