ମାନବିକତା ପରିବାର ତରଫରୁ “ଜୀବନ ଧାରା” ରକ୍ତଦାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ମାନବିକତା ପରିବାର ତରଫରୁ ପ୍ରତ୍ୟେକ ଶନିବାର ବିଭିନ୍ନ ଅଞ୍ଚଳରେ ରକ୍ତଦାନ ଶିବିର ଅନୁଷ୍ଠାନିକ ଭାବରେ କରାଯାଇଥାଏ । ଆଜି ଭ୍ରାମ୍ୟମାଣ ଯାନ କୌଣସି କାରଣରୁ ଅନୁପସ୍ଥିତ ଥିବାରୁ ପଞ୍ଚମ ପର୍ଯ୍ୟାୟ “ଜୀବନ ଧାରା” ରକ୍ତଦାନ ଶିବିର ରାଉରକେଲା ସରକାରୀ ଡାକ୍ତରଖାନାଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ଜିତେନ୍ ମାଛଖଣ୍ଡଙ୍କ ତତ୍ୱାବଧାନରେ ଏହି ଶିବିରକୁ ମାନବିକତାର ଅଧକ୍ଷ ତଥା ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ସମାଜସେବୀ ପ୍ରଶାନ୍ତ ସେଠୀ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ ଯୁବକମାନେ ସ୍ୱେଚ୍ଛାକୃତ ଭାବେ ଆସି ନିଜର ଆଗ୍ରହ ଦେଖାଇ ରକ୍ତଦାନ କରିଥିଲେ । ଏହି “ଜୀବନ ଧାରା” ରକ୍ତଦାନ ଶିବିରରେ ମାସର ପ୍ରତ୍ୟେକ ଶନିବାର ଦିନ ରକ୍ତ ସଂଗ୍ରହ କରି ମାସକୁ ଅତିକମରେ ୧୦୦ ୟୁନିଟ ରକ୍ତ ରାଉରକେଲା ସରକାରୀ ଡାକ୍ତରଖାନାକୁ ପ୍ରଦାନ କରାଯିବ ବୋଲି ମାନବିକତା ପରିବାର ଆଜି ମଧ୍ୟ ସଂକଳ୍ପ ବଦ୍ଧ । ଆଜିର କାର୍ଯ୍ୟକ୍ରମରେ ୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହା ଦ୍ୱାରା ସହର ଏବଂ ସହର ବାହାରୁ ଆସୁଥିବା ରୋଗୀଙ୍କର ରକ୍ତ ଆବଶ୍ୟକତା ପୂରଣ କରିବାରେ କିଛି ମାତ୍ରାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.