ଜୁନିଅର ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଆୟୋଜିତ

  • ୨୦୨୩-ଜିରୋ ଆୱାରରେ ରେଡକ୍ରସ ସ୍ୱେଚ୍ଛାସେବୀ ରକ୍ତଦାନ କଲେ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଜୁନିଅର ରେଡକ୍ରସ ସୋସାଇଟି, ସୁବର୍ଣ୍ଣପୁର, ବ୍ଲଡବ୍ୟାଙ୍କ, ସୁବର୍ଣ୍ଣପୁର ଏବଂ ମୟାବର୍ହା ପଂଚାୟତ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ ୟୁନିଟର ମିଳିତ ଉଦ୍ୟମରେ ଦୁଇ ଦିନ ବ୍ୟାପୀ ଶନିବାର ଓ ରବିବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ରକ୍ତର ବିକଳ୍ପ ନାହିଁ । ରକ୍ତଦାନ ଆନ୍ଦୋଳନ ହିଁ ଅନେକ ଜୀବନ ବଂଚାଇବାରେ ସହାୟକ ହୋଇଥାଏ । ରକ୍ତଦାତାମାନେ ହିଁ ଜୀବନ ଦାତା । ଘର ଘର ରକ୍ତଦାତା ଭଳି ବିଭିନ୍ନ ସ୍ଲୋଗାନରେ ଆକୃଷ୍ଟ ହୋଇ ସ୍ୱେଚ୍ଛାସେବୀମାନେ ୨୦୨୩ – ନୂତନ ବର୍ଷର ଜିରୋ ଆୱାରରେ ରକ୍ତଦାନ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିଅର ରେଡକ୍ରସ ସୋସାଇଟିର ଚେୟାରମ୍ୟାନ ଲକ୍ଷ୍ମଣ ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଛନ୍ତି । ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ଜୁନିଅର ରେଡକ୍ରସ ଉପସଭାପତି ଗତିକୃଷ୍ଣ ମିଶ୍ର, ବ୍ଲଡବ୍ୟାଙ୍କ ଅଧିକାରୀ ଡା. ଦୁର୍ଗାଦତ୍ତ ଦାଶ, ମହାରାଜା ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର ରଥ, ସାଗରପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଶନ୍ନ କୁମାର ସାହୁ, ରାଜ୍ୟପୁରସ୍କାର ପ୍ରାପ୍ତ ସମାଜସେବୀ ଶିକ୍ଷକ ରାମ ନାରାୟଣ ଦାଶ, ଡିଏସ୍‌ଏସ୍‌ ପର୍ଶୁରାମ ମେହେର, ମୁରଷୁଣ୍ଢି ହାଇସ୍କୁଲର ପ୍ରଧାନ ଶିକ୍ଷକ କାଳିଆ କର୍ମୀ, ଶିକ୍ଷାବିତ୍‌ ପ୍ଲାବନ ମହାପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣି ବାଘ ଏବଂ ବ୍ଲଡବ୍ୟାଙ୍କ ଡାଟା ଏଂଟ୍ରି ଅପରେଟର ଜଗତ ଦରୱାନ ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିବିରରେ ୪୨ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଜୁନିଅର ରେଡକ୍ରସ ଉପସଭାପତି ଗତିକୃଷ୍ଣ ମିଶ୍ର, ସମାଜସେବୀ ସନତ କୁମାର ମିଶ୍ର, ସାଧନକର୍ମୀ ଚନ୍ଦ୍ର ଶେଖର ମହାପାତ୍ର, ସୋନପୁର ବିସିସି ଗୋପେଶ ପଣ୍ଡା, ପରାମର୍ଶଦାତା ହୃଷିକେଶ ଦେହୁରୀ ପ୍ରମୁଖ ନୂତନ ବର୍ଷର ଜିରୋ ଆୱାରରେ ରକ୍ତଦାନ କରି ସମାଜରେ ଉଦାହରଣ ହୋଇପାରିଛନ୍ତି । ମାୟାବର୍ହା ହାଇସ୍କୁଲର ପୂରାତନ ଛାତ୍ର ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ହେମନ୍ତ କୁମାର ମେହେର, ବନମାଳୀ ସାହୁ, ତରଭା ହାଇସ୍କୁଲର ପରାମର୍ଶଦାତା ଘନଶ୍ୟାମ ମେହେର, ସୁବଳୟା ଜଗନ୍ନାଥ ସେନାର ସ୍ୱେଚ୍ଛାସେବୀ ବୃନ୍ଦ, ରଂଜିତା ଦରୱାନ, ଶ୍ରୀକାନ୍ତ ଦରୱାନ, ସସ୍ମିତା ହୋତା, ପୁଷ୍ପାଞ୍ଜଳି ନାୟକ, ବିଶ୍ୱରାମ ପୂଜାରୀ, ଜୟରମ ପଣ୍ଡା, ଏବଂ ସ୍ୱେଚ୍ଛାସେବୀ ମାନେ ଶିବିରରେ ରକ୍ତଦାନ କରଛନ୍ତି । ବ୍ଲଡ ବ୍ୟାଙ୍କ କର୍ମଚାରୀ ସୁବାଷ ଚନ୍ଦ୍ର ପଣ୍ଡା, ଟିଟୋ ଭୋଇ, ସୁଦାମ ବିଶ୍ୱାଳ, ରେବତୀ ମହାପାତ୍ର, ଯୁଧିଷ୍ଠିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସଂପାଦନ କରିଥିଲେ ।

Leave A Reply

Your email address will not be published.

error: Content is protected !!