ପୁଇଁତଲା, (କେପିଏନ୍ଏସ୍) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ଯେପରି ରକ୍ତର ଅଭାବ ନ ରୁହେ, ତାକୁ ଆଖି ଆଗରେ ରଖି ଯୁବ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ତଥା ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ଜନ୍ମଦିନ ଉପଲକ୍ଷେ ପୁଇଁତଲା ବ୍ଲକ ଯୁବାମଞ୍ଚ ତରଫରୁ ଛତାପିପଲ ଗ୍ରାମ ପଞ୍ଚାୟତର କୁରେଭନା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବମୋଟ ୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୁଇଁତଲା ଥାନାର ଆଇଆଇସି , ନିହାର ରଞ୍ଜନ ବେହେରା, ସୋମନାଥ ମିଶ୍ର, ସରପଞ୍ଚଙ୍କ ପ୍ରତିନିଧି ପ୍ରମୋଦ ପତ୍ର, ନାଏବ ସରପଞ୍ଚ ଜଗନ୍ନାଥ ସେଠି ଓ ପୁଇଁତଲା ବ୍ଲକର ଯୁବ ସଭାପତି ବିଷ୍ଣୁ ପଟେଲ ଯୋଗ ଦେବା ସହିତ ପୁଇଁତଲା ଯୁବାମଞ୍ଚର ପ୍ରତିନିଧି ହେମନ୍ତ ଛୁରିଆ, ସିର ପଧାନ, ପ୍ରେମରାଜ ପଧାନ, ଅରୁଣ ନାୟକ, କୁନାଲ ସରକାର, ଆଶିଷ ନାୟକ ଏବଂ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ ।
ନିଜ ଜନ୍ମ ତିଥି ଉପଲକ୍ଷେ ସେ ନିଜେ ନିହାର ରଞ୍ଜନ ବେହେରା ରକ୍ତ ଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ କରୋନା ଠାରୁ ସତର୍କ ରହିବା ପାଇଁ ଉପଦେଶ ଦେଇଥିଲେ ।
Next Post