oom

ସ୍ୱର୍ଗତ ଷଡ଼ଙ୍ଗୀଙ୍କ ସ୍ମୃତିରେ ରକ୍ତଦାନ ଶିବିର

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ବକଟି ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭେଡେନ ବ୍ଳକର ସାମ୍ବାଦିକ ସ୍ୱର୍ଗତ ମଣ୍ଟୁ ଷଡ଼ଙ୍ଗୀଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିର ସହ ଏକ ସଭା ଅନୁଷ୍ଠିତ ହୋଇଯାିଛି । ବିବେକାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ପରିଚାଳନା କରୁଥିଲେ ପର୍ଶୁରାମ ପାତ୍ର । ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳର ଗର୍ବ ଓ ଗୌରବ ଡାକ୍ତର ରାମ ଚନ୍ଦାନୀ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଶ୍ଚିମ ଓଡ଼ିଶା ଯୁବମଞ୍ଚର ଅଜିତ ପତି, ୟୁଥ୍ ଆସୋସିଏସ୍‌ନର ଝସକେତନ ରନବିଡା, ଗ୍ରାମପଞ୍ଚାୟତର ସରପଞ୍ଚ ଗୌରଚନ୍ଦ୍ର ଦନ୍ତା, ସୋସିଆଲ ୱାର୍କର୍ସର ଶଙ୍କର୍ଷଣ କରନ, ବିଡିଓ ରଘୁନାଥ ପାଣିଗ୍ରାହୀ, ତହସିଲଦାର ଅନିଲ ହୋତା, ଆଇଆଇସି ସଙ୍ଗୀତା ମହାପାତ୍ର ଏବଂ ବିଇଓ ମଛିନ୍ଦ୍ର ମଲ୍ଲିକ ଯୋଗଦାନ କରି ସ୍ୱର୍ଗତ ମଣ୍ଟୁଙ୍କ ସ୍ମୃତି ଚାରଣ କରିଥିଲେ । ଲକ୍ଷ୍ମୀ ପୂଜା କମିଟି ଏବଂ ଚେତନା ଯୁବକ ସଂଘର ସମସ୍ତ ସଦସ୍ୟ ମାନେ ବହୁ ସୁନ୍ଦର ଭାବେ ଆୟୋଜିତ ସ୍ମୃତି ସଭା ସମେତ ରକ୍ତ ଶିବିରକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.