ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ଟିଟିଲାଗଡ଼ରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୧୪୦୧ ୟୁନିଟ ରକ୍ତ ସଂଗ୍ରହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ । ଏହାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି । କୌଣସି ବ୍ୟକ୍ତି ରକ୍ତ ଅଭାବରୁ ଜୀବନ ନହାରୁ ତଥା ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ ଉପହାର ସଦୃଶ ତାଙ୍କୁ ଭେଟି ଦେବା ସହ ସେବା ମନୋବୃତି ରଖି ଆଜିର ସମାଜରେ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ଭଲ ପାଉଛନ୍ତି ତଥା ରକ୍ତର ଅଭାବ ମେଂଟାଇବା ନିମନ୍ତେ ଏହି ରକ୍ତଦାନ ଶିବିରର ଆୟୋଜନ କରିଛୁ ବୋଲି ଆୟୋଜକ ଶ୍ରୀ ଜୈନ କହିଛନ୍ତି । ସକାଳ ନ’ଟା ସମୟରେ ଏହି ରକ୍ତଦାନ ଶିବିରକୁ ବିଧାୟକ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାଏକ, ପୂର୍ବତନ ନଗର ପାଳ ଶୁଭ୍ରାଂଶୁ ଦାସ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଆୟୋଜିତ ଏହି ଶିବିରକୁ ପରିଚାଳନା କରିବାରେ ଟିଟିଲାଗଡ଼ ଏସଡିଏମଓ ପ୍ରଦୀପ କୁମାର ନାଏକ, ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ଓଁକାର ହୋତା, ଡ ଅସିତ୍ ମହାନ୍ତି, ଫାର୍ମାସୀ ଅଫିସର କଲ୍ୟାଣ କୁମାର ବୋଷ, ବ୍ଲଡ ବ୍ୟାଙ୍କ ଟେକ୍ନିସିଆନ ଗଜେନ୍ଦ୍ର ନାଥ ରାଉତ, ନର୍ସିଂ ଅଫିସର ତିଳୋତ୍ତମା ସାହୁ, ଡ ପ୍ରଶାନ୍ତ ତ୍ରିପାଠୀ ଏବଂ ବଲାଙ୍ଗିର, ଭବାନୀପାଟଣା, ସୋନପୁରରୁ ଡାକ୍ତରୀ ଟିମ ଆସି ସହଯୋଗ କରୁଛନ୍ତି । ରକ୍ତଦାତାଙ୍କ ଭିତରେ ଗ୍ରାଫାଇଟ ଇଣ୍ଡିଆ ଲିମିଟେଡର ଭିପି ପ୍ରଶାନ୍ତ କୁମାର ସ୍ବାଇଁ, ମାରୱାଡ଼ି ମହିଳା ମଣ୍ଡଳର ସଦସ୍ୟ, ଲାୟନ୍‌ସ କ୍ଳବର ସଦସ୍ୟ, ମୁସଲିମ ସମ୍ପ୍ରଦାୟର ସଦସ୍ୟ, ଅଗ୍ରୱାଲ ସଭାର ସଦସ୍ୟ, ବିଭିନ୍ନ ପଞ୍ଚାୟତର ଲୋକେ ଏବଂ ପରିଚାଳନା କରିବାରେ ଟିଟିଲାଗଡ଼ ବରିଷ୍ଠ ନାଗରିକ ସଂଘର ସଦସ୍ୟ, ବିଜେପି ଦଳର ପ୍ରମୋଦ ସରାଫ, ପ୍ରକାଶ ସରାଫ, ପ୍ରଦୀପ ସାହୁ, ରଞ୍ଜୁ ରାଏମନ, ରିଙ୍କୁ ପାତ୍ର, ଅଙ୍କୁର ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ନିତେସ ଜୈନ, ବିକି ଅଗ୍ରୱାଲ ଓ ସହରର ବିଭିନ୍ନ ସଙ୍ଗଠନମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.