ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍ ବଲାଙ୍ଗିରରେ ବଙ୍ଗୋମୁଣ୍ଡା ବ୍ଲକ ପର୍ନଡ୍ରପାନି ଗ୍ରାମର ମୋହନାବତୀ ଗହିର(୧୭) ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତାଭାବରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । ମୋହନାବତୀ ଗହିରଙ୍କ କେହି ସମ୍ପର୍କୀୟ ବଲାଙ୍ଗିରରେ ନ ଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ରକ୍ତ ଯୋଗାଡ କରିବା ପାଇଁ ସାମର୍ଥ୍ୟ ନ ଥିଲେ । ମୋହନାବତୀଙ୍କ ଜଣେ ସମ୍ପକୀୟ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ପ୍ରତିଷ୍ଠାତା ଅସୀମ କୁମାର ଭୋଇଙ୍କୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ କରାଟେ ଅର୍ଗାନାଇଜେସନର ସଦସ୍ୟ ରାଜ ଶେଖର ପଣ୍ଡା ଆସି ରକ୍ତଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇଥିଲେ । କରାଟେ ଅନୁଷ୍ଠାନର ଏଭଳି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।