oom

ରକ୍ତଦାନ କରି ଜୀବନ ବଞ୍ଚାଇଲେ ଆସ୍ତିକ ସାହୁ

jsmm

ଲୋଇସିଂହା : ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ଆସ୍ତିକ ସାହୁ । ସୂଚନା ଅନୁସାରେ ମଦନ ମୋହନ ବିଶି ଏକ ମାସ ଆଗରୁ ତାଙ୍କ ଅସ୍ତ୍ରୋପଚାର ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହୋଇଥିବାରୁ ତାଙ୍କର ଶରୀରରେ ମାତ୍ର ୪% ରକ୍ତ ଥିଲା । ତେଣୁ ରକ୍ତହୀନତା ଯୋଗୁଁ ସେ ଖଟରେ ପଡ଼ିରହିଥିଲେ । ଦିନକୁ ଦିନ ସ୍ଵାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କୁ ଏ ପୋଜିଟିଭ୍‌ ରକ୍ତ ତୁରନ୍ତ ଦରକାର ବୋଲି ଡ଼ାକ୍ତର ପରାମର୍ଶ ଦେଇଥିଲେ । ତେବେ ଭାଲୁପାଲି ଗ୍ରାମର ଆସ୍ତିକ ସାହୁ ମଦନ ମୋହନ ବିଶିଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି । ଆସ୍ତିକ ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଭାଲୁପାଲି ଗ୍ରାମବାସୀ ଓ ରୋଗଙ୍କ ସମ୍ପର୍କୀୟମାନେ ।

jittmm
Leave A Reply

Your email address will not be published.