ଲୋଇସିଂହା, (ବିମଳେନ୍ନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବସ୍ତି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରେନ୍ଦ୍ର ବାରିକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ଷା ବନ୍ଧନ ଉପରେ ଆଲୋକପାତ କରିଥିଲେ । ପରିଚାଳନା ସମିତି ସଭାପତି ବିମଳ ଚରଣ ହୋତା ରକ୍ଷା ବନ୍ଧନ ଅବସରରେ ନିଶା ନିବାରଣ ନିମନ୍ତେ ଶପଥ ପାଠ କରାଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ବାରିକ ଅତିଥି ପରିଚୟ ତଥା ଉଦ୍ଦେଶ୍ୟ କଥନ କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା ।
