oom

ମିରର ଫାଉଣ୍ଡେସନ ତରଫରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ରକ୍ଷାବନ୍ଧନ ପର୍ବ ପାଳନ କରାଯାଇଛି । ଅନୁଷ୍ଠାନର ସଭାପତି ବିଶ୍ୱଜିତ ରାଉତଙ୍କ ନେତୃତ୍ୱ ଏବଂ ଉପ ସଭାପତି କାର୍ତ୍ତିକ ରାଉତଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ରାଉରକେଲାର ବିଭିନ୍ନ ଅନୁଷ୍ଠାନ ଓ ଆଶ୍ରମ ଏବଂ ବିଭିନ୍ନ ଥାନାରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ପହଞ୍ଚି ସେଠାରେ ଉପସ୍ଥିତ ସମସ୍ତଙ୍କୁ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ଖୁଆଇଥିଲେ । ଆଶାର ଆଲୋକ, ଶ୍ରଦ୍ଧା ଅନୁଷ୍ଠାନ, ଆଶାଦୀପ୍ ଆଶ୍ରମ, ମାନବ ସେବା ପ୍ରତିଷ୍ଠାନ, ସର୍ବଭୌତିକ ଆଶ୍ରମ, ବ୍ଲାଇଣ୍ଡ ସ୍କୁଲ ଲାଠିକଟା, ସେକ୍ଟର ୧୫ ଥାନା, ସେକ୍ଟର ୧୯ ଥାନା, କୋଏଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସେକ୍ଟର ୨୦ ଏବଂ ଅନ୍ୟ କିଛି ସ୍କୁଲରେ ଏହା ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀ ରାଉତ, ସଂପାଦିକା ପୂର୍ଣ୍ଣିମା ମହାନ୍ତି, କାମିନୀ ମହାନ୍ତ, ଅନିତା ଦେବୀ, କବିତା ଦଳାଇ, ସୁରେଶ ନନ୍ଦ, ଦୀପକ ପରିଡା, ଅନସୁପା ଦଳାଇ, ଶାନ୍ତିଲତା ବେହେରା, ବିଜୟ ସୁନ୍ଦର ରାୟ, ସରିତା ପଲାଇ, ସୁଶିଲ ସେଠୀ, ବନଜା ବିଶ୍ୱାଳ, ଦିପ୍ତି ସୁନ୍ଦରାୟ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.