ପ୍ରାଥମିକ ଶିକ୍ଷା ହିଁ ଭବିଷ୍ୟତ ପାଇଁ ଶିଶୁର ସୁଦୃଢ ରକ୍ଷା କବଚ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଉପଯୁକ୍ତ ପ୍ରାଥମିକ ଶିକ୍ଷା ହିଁ ଭବିଷ୍ୟତ ପାଇଁ ଶିଶୁର ସୁଦୃଢ ରକ୍ଷା କବଚ ବୋଲି ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ୪ର୍ଥ ବୈଠକରେ ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଶତୃଘ୍ନ ବେହେରା ଓ ସହ ଶିକ୍ଷା ଅଧିକାରୀମାନେ ଯୋଗଦାନ ପୂର୍ବକ ମତବ୍ୟକ୍ତ କରିଛନ୍ତି । ବଡ଼ ଆଙ୍କୁଲା ପ୍ରାଥମିକ ବିଦ୍ୟାଳୟ ପରିସରରେ ଧାନକେରା ଓ ବଡଆଙ୍କୁଲା ସାଧନ କେନ୍ଦ୍ରାଧୀନ ପ୍ରଧାନ ଶିକ୍ଷକ ଓ ଏଫ୍‌ଏଲ୍‌ଏନ୍ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶୈକ୍ଷିକ ଆଲୋଚନାରେ ଭାଗ ନେବା ସହ ବହୁ ଶ୍ରେଣୀୟ ଓ ଏକ ଶ୍ରେଣୀୟ ଶିକ୍ଷଣ କାର୍ଯ୍ୟ ଉପସ୍ଥାପନ କରିଥିଲେ । ସିଆର୍‌ସିସି ଲୋକନାଥ ପ୍ରଧାନଙ୍କ ଦାୟିତ୍ଵରେ ସମସ୍ତ କାର୍ଯ୍ୟକ୍ରମ ସୁସଂଯୋଜିତ ହୋଇଥିଲା । ଅତିଥି ଭାବେ ଏବିଇଓ ସୁଷମା ଦାଶ ଯୋଗଦେଇ ପଢିବା ଗଢିବା କାର୍ଯ୍ୟକ୍ରମ ଅନୁଯାୟୀ ଯେପରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପୁସ୍ତକ ପଢିପାରିବେ, ବହୁଶ୍ରେଣୀୟ ଶିକ୍ଷାଦାନର ତରିକା, ଉଲ୍ଲାସ ଓ ଏହାର ସଫଳ ରୂପାୟନ ଏବଂ ବର୍ଣ୍ଣାଳୀ ଉପରେ ଆଲୋକପାତ କରି ଧୈର୍ଯ୍ୟର ସହ ସମସ୍ତ ଶୈକ୍ଷିକ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ସମବେତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉଚିତ୍ ପରାମର୍ଶ ଦେଇଛନ୍ତି । ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ହରିଚନ୍ଦନ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଶିକ୍ଷଣ ସୋପାନ, ଶ୍ରେଣୀର ସୁପରିଚାଳନା, ଅକ୍ଟୋବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବର୍ଣ୍ଣାଳୀ, ଉଲ୍ଲାସ କାର୍ଯ୍ୟକ୍ରମରେ ଅଣସାକ୍ଷର ମାନଙ୍କୁ ଚିହ୍ନଟ ଓ ସେମାନଙ୍କୁ ସାକ୍ଷର ଆଦି ସମ୍ବନ୍ଧରେ ବୈଠକରେ ବିଶଦ ଆଲୋଚନା ହୋଇଥିଲା । ଆୟୋଜିତ ଆଲୋଚନା ଚକ୍ରରେ ଶିକ୍ଷକ ସୂର୍ଯ୍ୟକାନ୍ତ ନାୟକ, ଭଗବାନ ନାୟକ, ଦିଲ୍ଲୀପ ପ୍ରଧାନ, ରବୀନ୍ଦ୍ର ବେହେରା, ଅଭୟ କୁମାର ରଥ, ପ୍ରଦୀପ ସେଠୀ, ଅଭୟ ଚରଣ ସାହୁ, କୃଷ୍ଣଚନ୍ଦ୍ର ବେହେରା, ନିରୋଦ ନରେନ୍ଦ୍ର, ପୁରନ୍ଦର ପ୍ରଧାନ, ଅଭିମନ୍ୟୁ ମୁଦୁଲି ଓ ଅନ୍ୟମାନେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ଶୈକ୍ଷିକ ମତ ପ୍ରକାଶ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ସମୁଖୀନ ହେଉଥିବା ପ୍ରତ୍ୟେକ୍ଷ ଅନୁଭୁତିର ସରଗରମ ଆଲୋଚନାରେ ବୈଠକ ସମାପ୍ତ ହୋଇଥିଲା । ସେହିପରି ବସନ୍ତପୁର ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ଆୟୋଜିତ ବୈଠକଟି ସିଆର୍‌ସିସି ପ୍ରଦୀପ୍ତ କୁମାର ବଳିୟାର ସିଂହଙ୍କ ସଂଯୋଜନାରେ ସଠିକ୍ ଭାବେ ସମ୍ପାଦିତ ହୋଇଥିଲା । ବିଇଓ ଶତୃଘ୍ନ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ନବ ଦିଗନ୍ତକୁ ଦୃଷ୍ଟି ଦେଇ ଶୈକ୍ଷିକ କାର୍ଯ୍ୟ ସମ୍ପାଦିତ କରିବାକୁ ଅଭିନବ ବାର୍ତ୍ତା ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ପ୍ରକାଶ ଜେନା, ପ୍ରଧାନ ଶିକ୍ଷୟିତ୍ରୀ କମଳା ଦାସ, ବରିଷ୍ଠ ଶିକ୍ଷକ ଅମରେନ୍ଦ୍ର ମଙ୍ଗରାଜ, ଅବସରପ୍ରାପ୍ତ ଶିକ୍ଷକ ଅର୍ଜୁନ ବେହେରା ପ୍ରମୁଖ ଯୋଗଦେଇ ପ୍ରାଥମିକ ଶ୍ରେଣୀର ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ସ୍ପଷ୍ଟ ପଠନ ଲିଖନ, ଭାବ ପରିପ୍ରକାଶ ଓ ଦୈନନ୍ଦିନ ଚଳଣିର ହିସାବ କିତାବ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷକ ପତିତପାବନ ଦାଶ, ପ୍ରକାଶ ଚନ୍ଦ୍ର ସାମନ୍ତସିଂହାର , ବାସୁଦେବ ସାହୁ, ଦିଲ୍ଲୀପ ନାୟକ ଓ ଅନ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ । ଜଗଦଳପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଶୈକ୍ଷିକ ବୈଠକ ସିଆର୍‌ସିସି ସୋମନାଥ ବେହେରାଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା । ପ୍ରଧାନ ଶିକ୍ଷକ ଦାମୋଦର ରଥ, ମନୋରଞ୍ଜନ ପ୍ରଧାନ, ବିଜୟ କୁମାର ସେଠୀ, ପ୍ରଧାନ ଶିକ୍ଷୟିତ୍ରୀ ସାବିତ୍ରୀ ଗଡ଼ସରୀ, ଶିକ୍ଷୟିତ୍ରୀ ହୀରା ପ୍ରଧାନ ଓ ଅନ୍ୟମାନେ ଏଥିରେ ସ୍ୱଶୈକ୍ଷିକ ସୂକ୍ଷ୍ମ ମତ ଉପସ୍ଥାପନ କରିଥିଲେ । ସେହିପରି ହାକପଡା କେନ୍ଦ୍ରାଧୀନ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ଏବିଇଓ ସଞ୍ଜୁକ୍ତା କୁମାରୀ ମିଶ୍ର ଅତିଥି ଭାବେ ଯୋଗ ଦେଇ ଉପସ୍ଥାପିତ ଶିକ୍ଷଣ କାର୍ଯ୍ୟ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଭାଗିତାକୁ ଅନୁଧ୍ୟାନ କରି ଆବଶ୍ୟକୀୟ ଶୈକ୍ଷିକ ପରାମର୍ଶ ଦେଇଥିଲେ । ସିଆରସିସି ଜଗନ୍ନାଥ ପରିଡ଼ାଙ୍କ ସଂଯୋଜନାରେ ପରିଚାଳିତ ଆଲୋଚନା ଚକ୍ରରେ ପ୍ରଧାନ ଶିକ୍ଷୟିତ୍ରୀ ମଧୁମିତା ମଲ୍ଲିକ, ନିବେଦିତା ମିଶ୍ର, ବରିଷ୍ଠ ଶିକ୍ଷୟିତ୍ରୀ ରମାମଣି ପ୍ରଧାନ, ପ୍ରଧାନ ଶିକ୍ଷକ ଗୋପାଳ ବେହେରା ଓ ଅନ୍ୟମାନେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ସେହିପରି ସିଆର୍‌ସିସି ପବିତ୍ର ପଣ୍ଡା, ଦୁର୍ଯ୍ୟୋଧନ ପ୍ରଧାନ, ଦୟାନିଧି ମାର୍ଥା, ସୁଦୀପ୍ତ ପରିଡ଼ା, ତପନ ମଲ୍ଲିକ, କ୍ଷେତ୍ରବାସୀ ଆଳୁକ, ପ୍ରଫୁଲ୍ଲ ଦାସ ଓ ଅନ୍ୟ ସିଆର୍‌ସିସିମାନେ ନିଜ ନିଜ ଦାୟିତ୍ୱରେ ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକକୁ ସୂଚାରୁ ରୂପେ ସମ୍ପାଦିତ କରିଛନ୍ତି ।

Leave A Reply

Your email address will not be published.