oom

ପବିତ୍ର ସମ୍ପର୍କର ମୂକସାକ୍ଷୀ ହେଉଛି ରକ୍ଷା ବନ୍ଧନ ଉତ୍ସବ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଭାଇ ଭଉଣୀର ପବିତ୍ର ସମ୍ପର୍କର ମୂକସାକ୍ଷୀ ହେଉଛି ରକ୍ଷା ବନ୍ଧନ ଉତ୍ସବ ବା ରାକ୍ଷୀ ପୂର୍ଣ୍ଣିମା । କୋଭିଡ଼ କଟକଣା ସାମନ୍ୟ କୋହଳ ହେବା ପରେ ଏହି ଉତ୍ସବ ପାଇଁ ବରଗଡ଼ ସହର ଚଳଚଞ୍ଚଳ ହୋଇଥିଲା । ମାରୱାଡି ଯୁବାମଞ୍ଚର ଜାଗୃତି ଶାଖା ପକ୍ଷରୁ କରୋନା ଯୋଦ୍ଧା ପୋଲିସ ଅଧିକାରୀ ମାନଙ୍କୁ ସଦସ୍ୟା ମାନେ ରାକ୍ଷୀ ବାନ୍ଧି ଏହି ଉତ୍ସବର ମାହାତ୍ମ୍ୟ ବଢାଇଥିବା ବେଳେ ବରଗଡ଼ ଟାଉନଥାନା ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାଗୃତି ଶାଖାର ଫାଉଣ୍ଡର ସଭାପତି ମଧୁ ଜୈନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସପ୍ନା ଧାନୁକା, ପୁନମ ଅଗ୍ରୱାଲ, ରଞ୍ଜିତା ଭଟ୍ଟ, ରେଖା ଅଗ୍ରୱାଲ, ନିଶା ଗୋୟଲ, ମିଲି ଅଗ୍ରଓ୍ୱାଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ଥାନାଧିକାରୀ ସଦାନନ୍ଦ ପୂଜାରୀ ତଥା ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନଙ୍କୁ ସହରକୁ ସୁରକ୍ଷା ଯୋଗାଉଥିବା ଯୋଗୁଁ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଜାଗୃତି ଶାଖାର ଏପରି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି ।

jittmm
Leave A Reply

Your email address will not be published.