oom

ରିମସ୍ ପରିସରରେ ରକ୍ତଦାନ ଶିବିର : ୩୭ ୟୁନିଟ ରକ୍ତ ସଂଗ୍ରହ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି, ରିମସ୍‌ର ଏନ୍‌ଏସ୍‌ଏସ୍ ୟୁନିଟ୍ ଏବଂ ରୋଟ୍ରାକଟ୍ କ୍ଲବର ମିଳିତ ଉଦ୍ୟମରେ ଗତ କାଲି ଏକ ରକ୍ତଦାନ ଶିବିର ରିମସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଆରଜିଏଚ୍‌କୁ ପଠାଯାଇଛି । ରିମସ୍ ଚେୟାରପରସନ୍ ନଳିନୀ ପ୍ରଭା ପଟ୍ଟନାୟକ, ସେକ୍ରେଟେରୀ ଡଃ ଆର୍ଯ୍ୟଂ ପଟ୍ଟନାୟକ ଏହି ରକ୍ତଦାନ ଶିବିରକୁ ଫିତା କାଟି ଶୁଭାରମ୍ଭ କରିଥିଲେ । ୟୁଥ ଡାଇରେକ୍ଟର ତଥା ଆଜି କାର୍ଯ୍ୟକ୍ରମର ଚେୟାରପର୍ସନ ରୋଟେରୀୟନ୍ନି ବେଦିତା ମିଶ୍ର, ରୋଟ୍ରାକଟ୍ କ୍ଲବର ଚେୟାରପର୍ସନ ପ୍ରଶାନ୍ତି ମହାପାତ୍ର, ରୋଟେରୀ କ୍ଲବ ଷ୍ଟିଲ ସିଟିର ସେକ୍ରେଟାରୀ ସରିତା ମଲ୍ଲ, ଟୁନି ଦେବୀ, ରଶ୍ମି ନାୟକ ଏବଂ ବୀଣାପାଣି ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ । ରିମସ୍ ରାଉରଲୋର ପ୍ରିନ୍ସପାଲ ଡଃ ସୁବ୍ରତ ପ୍ରସାଦ ପଟ୍ଟନାୟକ,ଏନ.ଏସ.ଏସ ୟୁନିଟର ପିଓ ତଥା ସ୍ଟୁଡେଣ୍ଟସ ଆଫେୟାରଏସ ବିଭାଗ ଏଚ.ଓ.ଡି. ଡଃ ସିଦ୍ଧାର୍ଥ ଶଙ୍କର ପ୍ରଧାନ, ଏବଂ ପ୍ର: ଗାୟତ୍ରୀ କୁରୁପଙ୍କ ତତ୍ୱାବଧାନରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହାକୁ ଅନିଶା ମହାନ୍ତି, ସାଇ ଆଦିତ୍ୟ ରଥି, ଦିନେଶ ରଥ ଏବଂ ଗୌରଭ କୁମାର ପରିଚାଳନା କରିଥିଲେ । ଆରଜିଏଚ୍‌ର ମେଡ଼ିକାଲ ଅଫିସର ଡାକ୍ତର ଏମ୍‌. ସୋରେନ୍ ତତ୍ୱାବଧାନରେ ରକ୍ତଦାନ ଶିବିର ସଫଳତାର ସହ ଆୟୋଜନ କରାଇଥିଲେ । ରିମସ୍‌ର ଡାଇରେକ୍ଟର ଡଃ କରୁଣାକର ପାତ୍ର, ଡାଇରେକ୍ଟର ଏକାଡେମିକ୍ସ ଡଃ ଶ୍ରୀକୁମାର ମଧ୍ୟ ସମସ୍ତ ଡୋନରମାନଙ୍କୁ ଉତ୍ସାହିତ କରିଥିଲେ । ଆରଜିଏଚ୍‌ର ପବିତ୍ର ପଲାଇ, ଶୁଭେନ୍ଦୁ କୁମାର ନାୟକ, ଦିଲୀପ ପୁଥଲ୍, ବିରେନ କୁମାର ସିଂହ ଏବଂ ଚୈତନ୍ୟ ମହନ୍ତ ରିମସ୍‌କୁ ଆସି ବ୍ଲଡ କଲେକ୍ସନ ଏବଂ ଷ୍ଟୋରେଜ କରିଥିଲେ । ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବର୍ଗର ଲୋକେ ଏହି କ୍ୟାମ୍ପକୁ ଆସି ବ୍ଲଡ ଡୋନେଟ୍ କରିଥିଲେ । ବ୍ଲଡ ଡୋନେସନ ଭଳି ମହତ କାର୍ଯ୍ୟରେ ରିମସ୍ ଭଳି ଅଗ୍ରଣୀ ଅନୁଷ୍ଠାନ ଓ ରୋଟାରୀ କ୍ଲବ ଷ୍ଟିଲ ସିଟି ଆଗେଇ ଆସିବା ନିଶ୍ଚୟ ରୂପେ ଆମ ସମାଜ ଏବଂ ଆଗାମୀ ପୀଢ଼ିକୁ ଉତ୍ସାହ ପ୍ରଦାନ କରିବ। ଉଭୟ ଅନୁଷ୍ଠାନର ଏହି ମହତ କାର୍ଯ୍ୟକୁ ରାଉରକେଲାର ବୁଦ୍ଧିଜୀବୀ ଓ ବିଭିନ୍ନ ମହଲରେ ପ୍ରଶଂସା କରାଯଉଛି ।

jittmm
Leave A Reply

Your email address will not be published.